୧୨୦ ବର୍ଷ ପରେ କୋଣାର୍କ ସୂର୍ଯ୍ୟମନ୍ଦିରରୁ କଢାଯିବ ବାଲି

ପୁରୀ : ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରର ସୁରକ୍ଷା ପାଇଁ ପଦକ୍ଷେପ ନେବା ଆରମ୍ଭ କରିଛି ଏଏସଆଇ । ଦୀର୍ଘ ୧୨୦ବର୍ଷ ପରେ କୋଣାର୍କ ସୂର୍ଯ୍ୟମନ୍ଦିରରୁ କଢାଯିବ ବାଲି । ମନ୍ଦିର ସୁରକ୍ଷା ପାଇଁ ଏହା ଅତ୍ୟନ୍ତ ଜରୁରୀ । କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଏଥିପାଇଁ ଅନୁମତି ଦେବା ପରେ ଆରମ୍ଭ ହୋଇଛି ପ୍ରକ୍ରିୟା । ଏଏସଆଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଏନେଇ ସୂଚନା ଦେଇଛନ୍ତି । ବ୍ରିଟିଶ ଅମଳରୁ ସୂର୍ଯ୍ୟମନ୍ଦିର ଗର୍ଭଗୃହରେ ବାଲି ରହିଛି । ଜଗମୋହନ ସୁରକ୍ଷା ପାଇଁ ୧୯୦୩ରୁ ୩ ଦ୍ୱାର ଓ ଗର୍ଭଗୃହରେ ବାଲି ପୁରାଇ ରାସ୍ତାକୁ ବନ୍ଦ କରି ଦିଆଯାଇଥିଲା । ଏବେ ୧୨୦ବର୍ଷ ପରେ ଏହି ବାଲି କଢା ଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ପୂର୍ବରୁ କୋଣାର୍କ ମନ୍ଦିର ପ୍ରାଙ୍ଗଣରେ ପୂଜାର୍ଚ୍ଚନା କରାଯାଇଛି । ୨ରୁ ୩ ମାସ ଭିତରେ ଭିତ୍ତିଭୂମି ପ୍ରସ୍ତୁତ ହୋଇଯିବ । ତାପରେ ପଶ୍ଚିପପଟେ ବାଲି ବାହାର କରାଯିବା କାମ ଆରମ୍ଭ ହେବ । ଆଗକୁ ସ୍ଥିତି ଦେଖି ପରବର୍ତ୍ତୀ କାର୍ଯ୍ୟକ୍ରମ ସ୍ଥିର କରାଯିବ ବୋଲି ଏଏସଆଇ ଆଂଚଳିକ ମୁଖ୍ୟ ଅରୁଣ ମଲ୍ଲିକ କହିଛନ୍ତି ।

Comments (0)
Add Comment