ଧୁମାଭଟାରେ କ୍ଷତ୍ରିୟ ପାଇକ ଯୁବା ମଞ୍ଚ ତରଫରୁ ଗାଁ ସଫେଇ ଅଭିଯାନ

ପାଟଣାଗଡ଼ : ପାଟଣାଗଡ଼ ଉପଖଣ୍ଡ ବେଳପଡା ବ୍ଲକ ଅନ୍ତର୍ଗତ ଧୁମାଭଟାରେ କ୍ଷତ୍ରିୟ ପାଇକ ଯୁବା ମଞ୍ଚ ତରଫରୁ ଯୁବା ମଞ୍ଚର ଆବାହକ ଶ୍ରୀ ବନମାଳୀ ନାୟକଙ୍କ ଆହ୍ଵାନ କ୍ରମେ ଯୁବା ମଞ୍ଚର ଶତାଧିକ ସଦସ୍ୟଙ୍କ ମିଳିତ ସହଯୋଗରେ ଗାଁର ପ୍ରତ୍ୟେକ ୱାର୍ଡକୁ ଯାଇ ପଡିଥିବା ଅଳିଆ ଆବର୍ଜନା, ଲଟା ବୁଦା ସଫା କରାଯାଇଥିଲା । ସଫା କରିବା ସହ ପ୍ରତ୍ୟେକ ପରିବାରକୁ ସ୍ଵଛ ନିର୍ମଳ ସୁସ୍ଥ ଜୀବନ ଯାପନ କରିବା ପାଇଁ ସଚେତନ କରାଗଲା । ଜନସାଧାରଣ ସଚେତନ ରହି ସ୍ଵଛ ଅଭିଯାନ ଆରମ୍ଭ କଲେ କୌଣସି ରୋଗ ଜୀବାଣୁ କିମ୍ବା ସଂକ୍ରମଣର ଆଶଙ୍କାକୁ ଏଡେଇ ଦିଆଯିବ । ସବୁବେଳେ ପ୍ରଶାସନ ଓ ରାଜନେତାଙ୍କୁ ଦୋଷ ନଦେଇ ନିଜେ ନିଜସ୍ୱ ଉଦ୍ୟମରେ କଲେ କାହାରି ଆବଶ୍ୟକତା ନାହିଁ । ଆଜିର ଏହି ସଫେଇ କାର୍ଯ୍ୟକ୍ରମରେ ଯୁବା ମଞ୍ଚର ଲମ୍ବେଦର ନାୟକ,ପ୍ରକାଶ ବୁଡେକ, ଲୋକନାଥ ବୁଡେକ, ତରଣୀ ବାଗ, ମୁକେଶ ବୁଡେକ, ସୁଧିର ବୁଡେକ, ଅନନ୍ତ ମଲ୍ଲିକ, ବିନୋଦ ନାୟକ, ଗୋବିନ୍ଦ ମଲ୍ଲିକ, ବିଝାଲ ବୁଡେକ, ଡିଙ୍ଗର ବୁଡେକ, ଗଦା ବୁଡେକ, ଗୁଣ୍ତୁ ବୁଡେକ, ଚନ୍ଦନ ବୁଡେକ, ଥବିର ବୁଡେକ, ବୃନ୍ଦା ବୁଡେକ, ରାଜେଶ ବୁଡେକ, ନବିନ ବୁଡେକ, ଅମିତ ନାଏକ, ହାଡୁ ବୁଡେକ, ଉଦିତ ବୁଡେକ, ମନୋଜ ବୁଡେକ, ଦେବରାଜ ନାଏକ ମହାନନ୍ଦ ବୁଡେକ ରାଜେଶ ବୁଡେକ-ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି ମହତ କାର୍ଯ୍ୟକୁ ଅଞ୍ଚଳ ରେ ବେଶ ପ୍ରଶଂସା କରିଥିଲେ ।

Comments (0)
Add Comment