ଗଜପତିରେ ଓଡ୍ରାଫ ଓ ଅଗ୍ନିଶମ ବିଭାଗର ମିଳିତ ଅଭ୍ୟାସ

ଗଜପତି ୦୪।୧୨ : ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶରେ ସମ୍ଭାବ୍ୟ ବାତ୍ୟା ଏବଂ ପ୍ରବଳ ବର୍ଷାକୁ ପ୍ରତିହତ କରିବା ପାଇଁ କୋରାପୁଟରୁ ଆସିଥିବା ଓଡ୍ରାଫ ବାଟାଲିୟନ ଏବଂ ଅଗ୍ନିଶମ ବିଭାଗ ଗଜପତିର ମିଳିତ ଆନୁକୂଲ୍ୟରେ ଏକ ମିଳିତ ଅଭ୍ୟାସ ଅଗ୍ନିଶମ ବିଭାଗର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଅଛି।

ବିପର୍ଯ୍ୟୟର ବିଭିନ୍ନ ସମୟରେ ନିମ୍ନଲିଖିତ ବିଷୟ ଉପରେ କିପରି ଜନ ସାଧାରଣଙ୍କୁ ଉଦ୍ଧାର କରାଯାଇପାରିବ ତାହାରି ଉପରେ ମିଳିତ ଅଭ୍ୟାସ ଅନୁଷ୍ଠିତ ହୋଇଥିଲା। ବାତ୍ୟା ସମୟରେ ଏକ ମୋଟର ସାଇକେଲ ଚାଳକଙ୍କ ଉପରେ ଗଛ ପଡି ଦୁର୍ଘଟଣା ଘଟିଲେ କିପରି ବାଇକ ଆରୋହିଙ୍କୁ ଉଦ୍ଧାର କରି ଆବଶ୍ୟକ ଚିକିତ୍ସା ଯୋଗାଇବା,ଲ୍ୟାଣ୍ଡ ସ୍ଲାଇଡ ଦ୍ବାରା ଏକ ମୋଟର ଯାନ କ୍ଷତି ଗ୍ରସ୍ତ ହେବା ପରେ ଉଦ୍ଧାର କରି କିପରି ଆବଶ୍ୟକ ଚିକିତ୍ସା ଯୋଗାଇବା, ବାତ୍ୟା ସମୟରେ କୋୖଣସି ଉଚ୍ଚ ଜାଗାରେ ଫସି ରହିଥିବା ଲୋକମାନଙ୍କୁ କିପରି ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରିବା, ପାଣିରେ ଫସି ରହିଥିବା ଲୋକମାନଙ୍କୁ କିପରି ବୋଟ ମାଧ୍ୟମରେ ଉଦ୍ଧାର କରି ଆବଶ୍ୟକ ଚିକିତ୍ସା ଯୋଗାଇବା ।

ଏହି କାର୍ଯ୍ୟକ୍ରମରେ ଓଡ୍ରାଫକୁ ନେତୃତ୍ୱ ନେଇ ଆସିଥିବା ଶ୍ରୀଯୁକ୍ତ ଶ୍ରୀନିବାସ ରେଡି ଏବଂ ଅଗ୍ନିଶମ ବିଭାଗର ଅଧିକାରୀ ଶ୍ରୀଯୁକ୍ତ ଜିତେନ୍ଦ୍ରକୁମାର ଦାସଙ୍କ ନେତୃତ୍ୱରେ ଏହି ଅଭ୍ୟାସ ଅନୁଷ୍ଠିତ ହୋଇଥିଲା। ଏଥିରେ ନିଜେ ଜିଲ୍ଲାପାଳ ଉପସ୍ଥିତ ରହି ଭାଗ ନେବା ସହ ଉପସ୍ଥିତ ସମସ୍ତ ଓଡ୍ରାଫ ଓ ଅଗ୍ନିଶମ କର୍ମଚାରୀଙ୍କୁ ଉତ୍ସ।ହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ସରୋଜ କୁମାର ବେହେରା, ଜିଲ୍ଲା ନିର୍ଯୁକ୍ତି ଅଧିକାରୀ ଶ୍ରୀ ସୌଭାଗ୍ୟ କୁମାର ସାହୁ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ।

Cyclone JAWAD updateFire Services Teamslandfall of Cyclone JAWAD in OdishaNDRFODRAFଗଜପତିରେ ଓଡ୍ରାଫ ଓ ଅଗ୍ନିଶମ ବିଭାଗର ମିଳିତ ଅଭ୍ୟାସବାତ୍ୟା ଜୱାଦ
Comments (0)
Add Comment