ଚାରିଟେବୁଲ ର ପରିବେଶ ବୀମା ଶୁଭାରମ୍ଭ

କେନ୍ଦ୍ରାପଡ଼ା : ଶ୍ରୀକ୍ଷେତ୍ର ଧାମ ପୁରୀ ରୁ “ପରିବେଶ ବୀମା” ର ଶୁଭାରମ୍ଭ କରିଛି କେନ୍ଦ୍ରାପଡ଼ା ର ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ I ପବିତ୍ର ରଥଯାତ୍ରା ଅବସର ରେ ଶ୍ରୀକ୍ଷେତ୍ର ଧାମ ପୁରୀ ରୁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ “ପରିବେଶ ବୀମା” ଅଭିଜାନ ର ଶୁଭାରମ୍ଭ ହୋଇଛି I ଜୀବନ କାଳ ମଧ୍ୟରେ ଆମେ ବିଭିନ୍ନ ପ୍ରକାର ର ବୀମା ଆମ ଜୀବନ ପାଇଁ କରିଥାଉ I ପ୍ରଥମ ଥର ଏମିତି ଏକ ବୀମା ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆରମ୍ଭ ହୋଇଛି ଯାହା ଶୁଣିବାକୁ ନୁଆ ଲାଗୁଥିଲେ ମଧ୍ୟ ଆମ ପରିବେଶର ସୁରକ୍ଷା ପାଇଁ ବରଦାନ ସାବ୍ୟସ୍ତ ହେବ ନିଶ୍ଚିତ I ଏହି ବୀମା ର ଲକ୍ଷ୍ୟ ରହିଛି କି ଆପଣ ଗଛ ଟିଏ ଲଗାନ୍ତୁ ଏବଂ ଏହାର ଯତ୍ନ ଏକ ବର୍ଷ ନିଅନ୍ତୁ ଓ ସାରା ଜୀବନ ମାଗଣା ରେ ଅମ୍ଳଜାନ ପାଆନ୍ତୁ I ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଦସ୍ୟ ମାନେ ଶ୍ରୀ ମନ୍ଦିର ର ପରିକ୍ରମା କରି ଏହି ବୀମା କରିବାକୁ ଲୋକମାନଙ୍କୁ ସଚେତନ କରାଇଥିଲେ I ଏହି ପରିକ୍ରମା ସମୟ ରେ ବିଭିନ୍ନ ପ୍ରକାର ପରିବେଶଧର୍ମି ବାର୍ତ୍ତା ପ୍ରଚାର କରାଯାଇଥିଲା I ଶ୍ରୀ ମନ୍ଦିରର ଉତ୍ତର ପଶ୍ଚିମ ଦ୍ଵାର ଓ ଦକ୍ଷିଣଦ୍ଵାର ରେ ମହାପ୍ରଭୁଙ୍କ ପ୍ରିୟ ତୁଳସୀ ଚାରା ବଣ୍ଟନ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ସାମିଲ ଥିବା ବ୍ୟକ୍ତି ମାନେ ହେଲେ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି, ମନୋଜ କୁମାର ନାୟକ, ଜୟନ୍ତ କୁମାର ଜେନା, ହେମନ୍ତ କୁମାର ସାମଲ, ସୋମ୍ୟରଞ୍ଜନ ପରିଡା, ଆଶିଷ କୁମାର ନାୟକ, ଅଶୋକ ଦାସ, ମଙ୍ଗଳ ଚରଣ ସାହୁ, ଶୁବାଶିଷ ଷଡ଼ଙ୍ଗୀ, ଆକାଶ ଦାସ, ପ୍ରତୀକ ଦାସ ଓ ସତ୍ୟ ଭାଇନା I

Comments (0)
Add Comment