ଭୋଟ ଦିନ ସରକାରୀ କର୍ମଚାରୀଙ୍କୁ ଛୁଟି

ଭୁବନେଶ୍ୱର: ଆସନ୍ତା ୧୬ ତାରିଖଠାରୁ ରାଜ୍ୟରେ ପାଞ୍ଚ ପର୍ଯ୍ୟାୟ ବିଶିଷ୍ଟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ । ଏହି ମତଦାନରେ ସାମିଲ ହେବା ପାଇଁ ବାହାରେ ଚାକିରି କରୁଥିବା ସରକାରୀ ଚାକିରିଆଙ୍କ ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ପଞ୍ଚାୟତ ନିର୍ବାଚନରେ ମତ ଦାନ ପାଇଁ ଚାକିରିଆଙ୍କୁ ଦିଆଯିବ ଛୁଟି । ସରକାରୀ, ସରକାରୀ ଅନୁବନ୍ଧିତ, ନିଗମ, ବୋର୍ଡ ଅଧିକାରୀଙ୍କୁ ମଧ୍ୟ ମତଦାନ ପାଇଁ ଛୁଟି ପ୍ରଦାନ କରାଯିବ । ଚାକିରିଆ ଆବେଦନ କଲେ ତିନିଦିନ ପର୍ଯ୍ୟନ୍ତ ସ୍ପେଶାଲ କାଜୁଆଲ ଲିଭ ଦେବା ପାଇଁ ସଂସ୍ଥା ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ମତଦାନର ପୂର୍ବ ଦିନ, ମତ ଦାନ ଦିନ ଏବଂ ମତଦାନର ପର ଦିନକୁ ମିଶାଇ ତିନି ଦିନ ଛୁଟି ନେଇ ପାରିବେ । ଏ ନେଇ ସମସ୍ତ ସଚିବ, ଆରଡିସି ଏବଂ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ପଞ୍ଚାୟତିରାଜ ସଚିବ । ଏହି ତିନି ଦିନ ଯେଉଁ କର୍ମଚାରୀମାନେ ଛୁଟିରେ ରହିବେ ତାଙ୍କର ବେତନ କଟିବ ନାହିଁ ବୋଲି ଏଥିରେ କୁହାଯାଇଛି ।

Comments (0)
Add Comment