ଗାଇନୋ କେୟାର ହସ୍ପିଟାଲରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର

ଭୁବନେଶ୍ୱର: ଓଡ଼ିଶା ମୋ ପରିବାର ସହାୟତାରେ ଚନ୍ଦ୍ରଶେଖରପୁର ସ୍ଥିତ ଆହାନା ଗାଇନୋ କେୟାର ହସ୍ପିଟାଲରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ଏହି ଶିବିରକୁ ଭୁବନେଶ୍ଵର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ଭୁବନେଶ୍ଵର ମେୟର ଶ୍ରୀମତୀ ସୁଲୋଚନା ଦାଶ, ଓଡ଼ିଶା ମୋ ପରିବାର ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ, ଓଡ଼ିଶା ମୋ ପରିବାର ସହ ସଂଯୋଜକ ଶ୍ରୀ ରୁଦ୍ର ସାମନ୍ତରାୟ ଓ ସ୍ଥାନୀୟ କର୍ପୋରେଟର ଶ୍ରୀ ମନୋଜ କୁମାର ସାହୁ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ହସ୍ପିଟାଲର ପ୍ରତିଷ୍ଠାତା ଡଃ ସୁଜିତ୍ କୁମାର ବେହେରା, ଯୁବ ବିଜେଡି ନେତା ଶ୍ରୀ ଅକ୍ଷୟ କୁମାର ସ୍ୱାଇଁ, ସୌମ୍ୟରଂଜନ ପ୍ରଧାନ, ଲୋକେଶ କୁମାର, କର୍ପୋରେଟର ଶ୍ରୀମତି ଭାରତୀ ସିଂ, ମୋନାଲିସା ବେହେରା ଯୋଗଦେଇ ରକ୍ତ ଦାତାମାନଙ୍କୁ ଉତ୍ସାହିତ କରିଥଲେ। ଆହାନା ଗାଇନୋ କେୟାରର ତୃତୀୟ ପ୍ରତିଷ୍ଠା ଦିବସରେ ଏହି ଶିବିର ଆୟୋଜନ ହୋଇଥିଲା ଓ ଆହାନା ଗାଇନୋ କେୟାର ହସ୍ପିଟାଲ ଏକ ଘରୋଇ ହସ୍ପିଟାଲରେ ହୋଇ ଦ୍ୱିତୀୟ ଥର ପାଇଁ ଏହି ଶିବିର ଆୟୋଜନ କରିଥିବାରୁ ସମସ୍ତେ ଡଃ ସୁଜିତ କୁମାର ବେହେରା ଓ ହସ୍ପିଟାଲର ସମସ୍ତ କର୍ମଚାରୀ ମାନଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି। ଏହି ଶିବିରରେ ୩୦ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ବୋଲି ଆୟୋଜକ ଶ୍ରୀ ଅକ୍ଷୟ କୁମାର ସ୍ୱାଇଁ ଜଣାଇଛନ୍ତି।

Comments (0)
Add Comment