ଗଡ଼ଜାତ ମହୋତ୍ସବ ର ଦ୍ୱିତୀୟ ଦିନରେ ଗୋପାଳନ ଓ କୃଷି କର୍ମଶାଳା

ବୌଦ୍ଧ,୧୬/୧୨: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ବୀରନରସିଂହପୁର ଠାରେ ପଞ୍ଚମ ଗଡ଼ଜାତ ଲୋକ ମହୋତ୍ସବର ଦ୍ୱିତୀୟ ଦିନରେ ବିଭିନ୍ନ ପଞ୍ଚାୟତର ଅନେକ ଗ୍ରାମରୁ ବହୁସଂଖ୍ୟକ ଗୋପାଳକ ଓ କୃଷକ ମାନଙ୍କୁ ନେଇ”ଗୋପାଳନ ଓ କୃଷି କର୍ମଶାଳା’ ଅନୁଷ୍ଠିତ ହୋଇଯାଇଛି । ବାଉଁଶୁଣୀର ପ୍ରାଣୀ ଚିକିତ୍ସକ ଶ୍ରୀ ପ୍ରିୟବ୍ରତ ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇ ଗୋମାତା ଠାରୁ ପ୍ରାପ୍ତ ପଞ୍ଚଗବ୍ୟ ଦ୍ୱାରା ଅନେକ ଦୁଃସାଧ୍ୟ ରୋଗ ଭଲ ହେବାସହ କୃଷି କାର୍ଯ୍ୟରେ କୀଟନାଶକ ଔଷଧ ଭାବେ ଉପଯୋଗ କରିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଏଥି ସହିତ ସରକାରଙ୍କ ପ୍ରୋତ୍ସ ।ହନ ଓ ସହଯୋଗ ସମ୍ବନ୍ଧରେ ଆଲୋଚନା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତା ରାଣୀ ଦଳବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ କୃଷକମାନଙ୍କ ଉନ୍ନତି ପାଇଁ ଗଡଜାତ ସାଂସ୍କୃତିକ ପରିଷଦ ଦ୍ୱାରା ଆୟୋଜିତ କର୍ମଶାଳା ଏକ ସୁନ୍ଦର ପଦକ୍ଷେପ ବୋଲି ମତ ପ୍ରକାଶ କରିଥିଲେ । ଅବସରପ୍ରାପ୍ତ କୃଷିଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଗାଇଗୌରିଆ ଅଧ୍ୟକ୍ଷତା କରିଥିବାବେଳେ ଶିକ୍ଷକ ବିଜୟ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିବା ସହ ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ସାମ୍ବାଦିକ ନରେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପୁରୁଣାକଟକର କୀର୍ତ୍ତନ କଣ୍ଠଶିଳ୍ପୀ ଶ୍ରୀମତୀ ମମତା ସାହୁଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା ।

Livestock and agricultural workshops on the second day of the Gadjat festivalଗଡ଼ଜାତ ମହୋତ୍ସବ
Comments (0)
Add Comment