ଏଲକେବିକେ ତରଫରୁ ରିଲିଫ୍ ବଣ୍ଟନ

ବୌଦ୍ଧ : ବୌଦ୍ଧ ଜିଲ୍ଲାର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଲୋକ କଳା ବିକାଶ କେନ୍ଦ୍ର , ସରସରା ତରଫରୁ ଟି.ଏଚ୍‌.ପି ଇଣ୍ଡିଆ ସହାୟତାରେ ଗରିବ, ଅସହାୟ, ଶ୍ରମିକ, ବିଧବା , ଦିବ୍ୟାଙ୍ଗ ଆଦି ଲୋକଙ୍କୁ ଶୁଖିଲା ଖାଦ୍ୟ ଖାଦ୍ୟ ସାମଗ୍ରୀ ଓ ନିତ୍ୟ ଆବଶ୍ୟକ ଜିନିଷ ପ୍ରଦାନ କରାଯାଇଥିଲା । ପ୍ରତ୍ୟେକ ପକେଟ୍‌ରେ ଡାଲି, ଚୁଡ଼ା, ଚିନି, ତେଲ, ଲୁଣ, ଆଳୁ, ପିଆଜ, ସୟାବଡ଼ି, ମସଲା, ହଳଦୀ, ଗ୍ଲୁକଜ୍‌, ଚାହାପତି, ସାବୁନ୍ ଓ ସର୍ପ, ମାସ୍କ ଆଦି ସମସ୍ତଙ୍କୁ ଦିଆ ଯାଇଥିଲା ।

ପ୍ରାରମ୍ଭିକ ଭାବେ ଆଜି ଆରମ୍ଭ ହୋଇ ଥିବା ରିଲିଫ୍ କାର୍ଯ୍ୟକ୍ରମ ରେ ବୌଦ୍ଧ ଜିଲ୍ଲା ଡେପୁଟି କଲେକ୍ଟର ଅବିନାଶ ପାଣ୍ଡିଆନ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ର ଅଶୋକ ରଥ , ଶିଶୁ ମଙ୍ଗଳ ସମିତି ର ସଦସ୍ୟ ସୀତାକାନ୍ତ ସାହୁ ଙ୍କ ଉପସ୍ଥିତି ରେ ସରସରା , ବାମଣ୍ଡା, ବନ୍ଧାପଥର ପଞ୍ଚାୟତ ର ପ୍ରାୟ ୮୦ ରୁ ଉର୍ଦ୍ଧ୍ୱ ହିତାଧିକାରୀମାନଙ୍କୁ ବଣ୍ଟନ କରାଯାଇଥିଲା । ସମସ୍ତ ହିତାଧିକାରୀମାନଙ୍କୁ ସ୍ଥାନୀୟ ମହିଳା ୱାର୍ଡ ସଭ୍ୟା , ନାଏବ ସରପଞ୍ଚ, ସରପଞ୍ଚ ଚିହ୍ନଟ କରିଥିଲେ ଏବଂ ତାଙ୍କ ଉପସ୍ଥିତିରେ ସବୁ ଦିଆ ଯାଇଥିଲା । ଆଗକୁ ଏହା ୧୫ ପଞ୍ଚାୟତ ର ୩୦୦ ହିତାଧିକାରୀମାନଙ୍କୁ ଦିଆଯିବ ବୋଲି ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ପୁଷ୍ପିତା ପ୍ରଧାନ କହିଛନ୍ତି । ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠାନର ବ୍ଲକ୍ ସଂଯୋଜକ ପ୍ରତାପ ମେହେର, କାର୍ଯ୍ୟକ୍ରମ ସହଯୋଗୀ ବିଞ୍ଜାମିନ ନାୟକ, ସୁପ୍ରିୟା ଦେହୁରୀ, ନିକୁଞ୍ଜ ବିଶୋଇ, ଅନିତା ପ୍ରଧାନ, ବାଞ୍ଛାନିଧି ବିଶି ପ୍ରମୁଖ ସାହାଯ୍ୟ ସହଯୋଗ କରିଥିଲେ ।

Comments (0)
Add Comment