ଖୋର୍ଦ୍ଧା: କୋରୋନା ଏବେ ନିଜର କାୟା ବିସ୍ତାର କରିବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତ ଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ କୋରୋନା ଆକ୍ରାନ୍ତ ରୋଗୀ ମାନଙ୍କର ଚିକିତ୍ସା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ଖୋର୍ଦ୍ଧା ଜିଲ୍ଲାର ବାଳକାଟି ଠାରେ ଏକ କୋଭିଡ୍ ହସ୍ପିଟାଲ୍ ସ୍ଥାପନ ଓ ପରିଚାଳନା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସିତାଂଶୁ କୁମାର ରାଉତ ଏବଂ ମୁଖ୍ୟ ପରିଚାଳନା ଅଧିକାରୀ, ନୀଳାଚଳ ହସ୍ପିଟାଲ୍ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷର ହୋଇଛି। ଉକ୍ତ କୋଭିଡ୍ ହସ୍ପିଟାଲ୍ ଟି ୧୪୧ ଶଯ୍ୟା ବିଶିଷ୍ଟ ହେବ। ଏଥିରେ ୧୨୬ ଟି ସାଧାରଣ ଶଯ୍ୟା ଓ ୧୫ ଟି ଆଇ ସି ୟୁ ଶଯ୍ୟା କୋରୋନା ଆକ୍ରାନ୍ତ ଙ୍କ ପାଇଁ ଚିକିତ୍ସା ନିମନ୍ତେ ରହିବ । ଏହି କାର୍ଯ୍ୟକ୍ରମ ରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଡା ବିଶ୍ବରଂଜନ ପତି ଓ ଅତିରିକ୍ତ ଜିଲ୍ଲାପାଳ, ଖୋର୍ଦ୍ଧା, ଶ୍ରୀ ମନୋଜ କୁମାର ପାଢ଼ୀ ଉପସ୍ଥିତ ଥିଲେ।