ଫ୍ରେଣ୍ଡସିପ କ୍ଲବ୍ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ମୁର୍ଷୁଣ୍ଡି ଗ୍ରାମ ପଂଚାୟତର ତେତେଲଙ୍ଗା ଗ୍ରାମ ଠାରେ ଗ୍ରାମର ପୁନଃଗଠନ,କୋରନାମୁକ୍ତ ଗାଁ ସଚେତନତା କୀର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଯାଇଅଛି l ଫ୍ରେଣ୍ଡସିପ କ୍ଲବ,ବୌଦ୍ଧ
ଏବଂ ଷ୍ଟାର୍ କ୍ଲବ୍ ଆନୁକୁଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗ୍ରାମର ବିଭିନ୍ନ ସଂଗଠନ ସହାୟତା
କରିଥିଲେ | ଗ୍ରାମ ସଫେଇ, ପ୍ରତ୍ୟେକଙ୍କ ଘରେ ହାତ ଧୁଆ ବ୍ୟବସ୍ଥା, ସମସ୍ତଙ୍କ ଦ୍ୱାରା ମାସ୍କ ବ୍ୟବହାର. ସମସ୍ତଙ୍କ ଦ୍ୱାରା ସାମାଜିକ ଦୂରତ୍ବ ପାଳନ. ଗ୍ରାମରେ ଶତ ପ୍ରତିଶତ ପାଇଖାନା ବ୍ୟବହାର. ଗ୍ରାମରେ ଆବର୍ଜନା କୁଣ୍ଡ ନିର୍ମାଣ ଓ ସମସ୍ତ ଆବର୍ଜନାକୁ ଏକାଠି କରି ପକାଇବାର ସ୍ଥାନ ନିରୂପଣ, ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମ ହୋଇଥିଲା, ଏଥିରେ କ୍ଲବ୍ ର ସଭାନେତ୍ରୀ ସୁମନ ଷଡ଼ଙ୍ଗୀ,ଉପ ସଭାପତି ଇମତିୟାଜ ଖାନ୍, ସମ୍ପାଦକ ତୋଫାନ ପରିଡା
, ସହ ସମ୍ପାଦକ ସମ୍ୟକ୍ ନାୟକ, ସଦସ୍ୟ କଲ୍ୟାଣ, ସାର୍ଥକ, ସନ୍ଧ୍ୟା, ଶୁଭଶୁକ୍ଳା, ଅଂଶୁମାନ୍ ଓ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ |

Comments (0)
Add Comment