ରାଜ୍ୟରେ ବଢିଲା ଲକଡାଉନ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାର ଲକଡାଉନ ଅବଧିକୁ ବଢାଇଛନ୍ତି । ଏହି ଲକଡାଉନ ଅବଧି ଆସନ୍ତା ଜୁନ୍ ୧ ତାରିଖ ଯାଏଁ ରହିବ । ଜୁନ୍ ୧ ତାରିଖ ସକାଳ ୫ଟା ଯାଏଁ ଏହା ବଳବତ୍ତର ରହିବ । ଏହି ଲକଡାଉନରେ କଟକଣା କଡାକଡି କରାଯିବ ବୋଲି ସୂଚନା ରହିଛି । ସୂଚନାଯୋଗ୍ୟ ପୂର୍ବରୁ ଲକଡାଉନ ମେ ୧୯ ତାରିଖ ଯାଏଁ ରାଜ୍ୟ ସରକାର ଘୋଷଣା କରାଯାଇଥିଲା ।ସେହିପରି ଶନିବାର ଓ ରବିବାର ଚାଲିଥିବା ସଟଡାଉନ ବଳବତ୍ତର ରହିବ । ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଲୋକମାନେ ଚାଲିଚାଲି ଯାଇପାରିବେ । ପୂର୍ବରୁ ଏହି ସମୟ ସୀମା ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ଥିଲା । ସେହିପରି ବାହାଘରରେ ଏଣିକି ୫୦ ବଦଳରେ ୨୫ଜଣ ସାମିଲ ହୋଇପାରିବେ । ବାହାଘର, ବ୍ରତଘର, ଶୁଦ୍ଧିକାମରେ ଭୋଜିଭାତ ସଂପୂର୍ଣ୍ଣ ବନ୍ଦ ରହିବ ।

Comments (0)
Add Comment