ପୁରୁଣାକଟକ ଠାରେ ମା’ ଭୈରବୀଙ୍କ ଷୋଳପୂଜା ଆରମ୍ଭ

ହରଭଙ୍ଗା: ପୁରୁଣା କଟକ ସ୍ଥିତ ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ଭୈରବୀଙ୍କ ପୀଠରେ ଆରମ୍ଭ ହୋଇଛି ଷୋଳପୂଜା ।ଶନିବାର ମାଙ୍କ ପାଟଖଣ୍ଡା ଓ ବିଜୟ ପ୍ରତୀମାକୁ ନେଇ ପୁରୁଣା କଟକ ସହର ପରିକ୍ରମା କରାଯାଇଥିଲା । ଅଞ୍ଚଳର ଶହଶହ ଭକ୍ତଙ୍କ ଗହଣରେ ଢୋଲ, ନିଶାନ, ମହୁରୀ, ଘଣ୍ଟଘଣ୍ଟି, ହରିବୋଲ, ହୁଲହୁଲି ଦେଇ ବିରାଟ ପଟୁଆର ସହ ମାଙ୍କ ମନ୍ଦିରକୁ ପହଞ୍ଚିଥିଲେ । ଶକ୍ତି ପୀଠରେ ୧୬ ଦିନ ଧରି ମାଙ୍କ ଗୁପ୍ତ ପୂଜା ନୀତିକାନ୍ତି ଅନୁସାରେ କରାଯାଇଥାଏ । ଏହି ୧୬ ଦିନ ମନ୍ଦିର ଦର୍ଶନ ସହ ଭକ୍ତଙ୍କ ଚଳପ୍ରଚଳ ବନ୍ଦ ରହିଥାଏ । ରାତିର ପ୍ରଥମ ପ୍ରହରରୁ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ମାଙ୍କ ପୂଜାର୍ଚ୍ଚନା କରାଯାଇଥାଏ । ମାଙ୍କ ପାଟଖଣ୍ଡା ଓ ବିଜୟ ପ୍ରତୀମା ଯାତ୍ରାରେ ମନ୍ଦିର କମିଟିର ସଭାପତିଙ୍କ ସହ ସମସ୍ତ ସଦସ୍ୟ ଓ ଅଞ୍ଚଳର ବହୁ ଭକ୍ତ ଯୋଗ ଦେଇଥିଲେ ।

Comments (0)
Add Comment