ଗଜପତି ଜିଲ୍ଲା ମହେନ୍ଦ୍ର ଗିରି ବନାଞ୍ଚଳ ପକ୍ଷରୁ ବାର ବାରର୍ଘଲା ଗ୍ରାମ ଠାରେ ବାରର୍ଘଲା ବନ ସୁରକ୍ଷା ସମିତି ପକ୍ଷରୁ କରୋନା ଭୁତଣୁକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ଜିଲ୍ଲା ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଏହି ସଚେତନତା କାର୍ଯ୍ୟକ୍ରମ ହୋଇଥିବା ବେଳେ ମହେନ୍ଦ୍ର ଗିରି ବନାଞ୍ଚଳ ଅଧିକାରୀ କବିନା ପରିଛ।ଙ୍କ ପ୍ରତେକ୍ଷ୍ୟ ତତ୍ୱାବଧାନ ରେ ବାରର୍ଘଲା ଗ୍ରାମ ଠାରେ ଗ୍ରାମବାସୀଙ୍କୁ କୋରନା ଭୁତାଣୁ ନେଇ ସଚେତନତା କରାଯିବା ସହ ସାବୁନ,ମାସ୍କ ବଣ୍ଟନ କରାଯିବା ସହ ଗ୍ରାମର ପ୍ରତ୍ୟେକ ଘରକୁ ବିଶୋଧନ କରାଯାଇଛି।ଏବଂ ସାମାଜିକ ଦୂରତା ରକ୍ଷା କରିବା,ଆବଶ୍ୟକ ନ ଥିଲେ ଘରୁ ନ ବାହାରିବା, ବାରମ୍ବାର ସାବୁନରେ ହାତ ଧୋଇବା ଓ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ଏହି ଭଳି ସଚେତନତା କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଲିପିକା ସ୍ବେଚ୍ଛାସେବୀ ଅନୁଷ୍ଠାନ, ସରପଞ୍ଚ ଯମୁନା ଦେଇ ପ୍ରଧାନ,ଅଙ୍ଗନବାଡି କର୍ମୀ,ଆଶା କର୍ମୀ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ମହେନ୍ଦ୍ର ଗିରି ବନାଞ୍ଚଳର ଫରେଷ୍ଟର ସନ୍ତୋଷ ରଥ,ଗଣେଶ ପ୍ରଧାନ,ସନ୍ତୋଷ ସାହୁ, ପିତ୍ତର ଶବର,ପ୍ରସାଦ ନାୟକପ୍ରମୁଖ ସହଯୋଗ କରିଥିଲେ।ବାରର୍ଘଲ ବନ ସୁରକ୍ଷା ସମିତିକୁ ନିଆଁ ଦାଉରୁ ଜଙ୍ଗଲକୁ ସୁରକ୍ଷା ଦେଉଥିବାରୁ ସେମାନଙ୍କୁ 4500ଟଙ୍କା ପ୍ରୋତ୍ସ।ହନ ରାଶି ମହେନ୍ଦ୍ର ଗିରି ବନାଞ୍ଚଳ ପକ୍ଷରୁ ପ୍ରଦାନ କରାଯାଇଛି।