ଦଶପଲ୍ଲା :ନୟାଗଡ଼ ଜିଲ୍ଲାରେ ନୂତନ ମୁଖ୍ୟ ଚିକିତ୍ସା ଅଧିକାରୀ ଭାବେ ମକରନ୍ଦ ବେଉରା ଯୋଗ ଦେଇଛନ୍ତି । ସେ ଏଥିପୂର୍ବରୁ କୋରାପୁଟ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଭାବେ କାର୍ଯ୍ୟ ତୁଲାଇଛନ୍ତି । ବେଳେ ନୟାଗଡ଼ ଜିଲ୍ଲା ର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକର ସମସ୍ୟା ସମ୍ପର୍କରେ ଜାଣି ସୁଧାର ଆଣିବା ପାଇଁ ଚେଷ୍ଟା କରିବେ ବୋଲି ସର୍ବସାଧାରଣରେ ଚର୍ଚ୍ଚା ହେଉଛି ।