ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ଏମିତି କହିଲେ ମମତା ବାନାର୍ଜୀ

କୋଲକତା: ଦୀଘାରେ ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ମୁହଁ ଖୋଲିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କହିଲେ ଆମ ଉପରେ ଏତେ ରାଗ କାହିଁକି? ସବୁଠି କାଳୀ ମନ୍ଦିର, ଶିବ ମନ୍ଦିର ହେଉଛି ଦୀଘାରେ ଜଗନ୍ନାଥ ମନ୍ଦିର ହେଲେ ଅସୁବିଧା କେଉଁଠି । ଆମେ ଜଗନ୍ନାଥଙ୍କୁ ଭକ୍ତି କରୁ ସମ୍ମାନ ବି କରୁ । ହେଲେ ବିଜେପିର ଏତେ ରାଗ କାହିଁକି? ଆମେ ଜଗନ୍ନାଥ ଧାମକୁ ସମ୍ମାନ କରୁ । ପୁରୀ ପ୍ରତି ଆମ ମନରେ ଭକ୍ତି ରହିଛି । 

ସୂଚନା ଥାଉକି, ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲାର ଉପକୂଳବର୍ତ୍ତୀ ସହର ‘ଦୀଘା’ ଠାରେ ଜଗନ୍ନାଥ ମନ୍ଦିରକୁ ଧାମ କରାଯାଇଥିବା ନେଇ ଦେଖାଦେଇଥିବା ବିବାଦ ବଢ଼ିବାରେ ଲାଗିଛି। ଏହି ମନ୍ଦିରକୁ ପଶ୍ଚିମବଙ୍ଗ ସରକାର ଜଗନ୍ନାଥ ଧାମ ଘୋଷଣା କରିଥିବା ବେଳେ ସନାତନ ଧର୍ମ ଉପରେ ବିଶ୍ବାସ କରୁଥିବା ବ୍ୟକ୍ତି ବିଶେଷ ଓ ଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ ଲାଗିଛି। ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । 

Comments (0)
Add Comment