ବ୍ରହ୍ମପୁର : ଭାରତୀୟ ଜନତା ପାର୍ଟି, ଗଞ୍ଜାମ ଜିଲ୍ଲା ତରଫରୁ ଯୁବମୋର୍ଚ୍ଚା ସଭାପତି ପ୍ରମୋଦ ପଣ୍ଡା, ବିଜେପି ଦଳର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମାଲିକଙ୍କ ନେତୃତ୍ୱରେ କଳାହାଣ୍ଡିର ମୃତ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ପ୍ରତି ହୋଇଥିବା ଅସଦାଚରଣ ଏବଂ ପରବର୍ତ୍ତୀ ସମୟରେ ତାହାର ବର୍ବରଚିତ ମୃତ୍ୟୁର ନ୍ୟାୟିକ ତଦନ୍ତ ଏବଂ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଓ ତାର ସହଯୋଗୀ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବୀ ନେଇ ଆଜି ଛତ୍ରପୁର ସ୍ଥିତ କଲେଜ ଛକ ଠାରୁ ଛତ୍ରପୁର ଏସପି ଅଫିସ ଯାଏଁ ବିଶାଳ ଶୋଭାଯାତ୍ରା ବାହାରି ଝଚ ଅଫିସ ପର୍ଯ୍ୟନ୍ତ ଯାଇ ଘେରାଉ କରାଯାଇଛି । ଏହି ଅବସରରେ ଭାରତୀୟ ଜନତା ଯୁବମୋର୍ଚ୍ଚା ଘୁମୁସର ସାଙ୍ଗଠନିକ ଜିଲ୍ଲା ତରଫରୁ ଲିଖତ ସ୍ମାରକ ପତ୍ର ଡିଆଯାଇଛି । ବର୍ତ୍ତମାନ ସାରା ରାଜ୍ୟରେ ପ୍ରଶାସନ, ସରକାରୀ କଳ ବିଜେଡି ଙ୍କ ଚାପରେ ଏକ ପାଖିଆ ଭାବରେ କାର୍ଯ୍ୟ କରୁଛି । ଫଳରେ ରାଜ୍ୟରେ ପ୍ରଶାସନିକ ସ୍ଥାଣୁତା ଓ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଲାଣି । ଆମ ଘୁମୁସର ସାଙ୍ଗଠନିକ ଜିଲ୍ଲାରେ ପ୍ରଶାସନର ଏକ ପାଖିଆ ସାହାଯ୍ୟ ଫଳରେ ସରକାରୀ ସ୍ଥଳରେ ଦମନ ଲୀଳା କରୁଛି । ଏଣୁ ପୋଲିସ୍ ପ୍ରଶାସନ ଜିଲ୍ଲାରେ ସମସ୍ତ ରାଜନୈତିକ ଦଳ ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ ନ କରି ନିରପେକ୍ଷରେ ସମସ୍ତଙ୍କୁ ନ୍ୟାୟ ପ୍ରଦାନ ସହିତ ସାହାଯ୍ୟ ଓ ସହଯୋଗ ପ୍ରଦାନ ନିମନ୍ତେ ନିମ୍ନଲିଖିତ ଦାବି ଗୁଡ଼ିକ ତୁରନ୍ତ ଦୃଷ୍ଟି ଦେବାକୁ ବିନୀତ ଅନୁରୋଧ । ମୃତ ମମିତା ମେହେରଙ୍କ ପରିବାରକୁ ନ୍ୟାୟ ପ୍ରଦାନ, କ୍ୟାପଟେନ ଦିବାଶଙ୍କର ମିଶ୍ରଙ୍କ ମମିତା ମେହର ହତ୍ୟାରେ ସଂପୃକ୍ତ ସହଯୋଗୀଙ୍କୁ ଗିରଫ, ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ନିମନ୍ତେ ସିବିଆଇକୁ ତଦନ୍ତ ଭାର ପ୍ରଦାନ, ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନରେ ନିରପେକ୍ଷ ପରିଚାଳନା ନିମନ୍ତେ ଦୃଢ ପଦକ୍ଷେପ ଗ୍ରହଣ କରିବା ସରକାରୀ ଦଳ ବିଜେଡି ନେତା ଓ କାର୍ଯ୍ୟକର୍ତ୍ତାଙ୍କ ଚାପରେ ଜିଲ୍ଲାରେ ବିଜେପି ଦଳର କାର୍ଯ୍ୟକର୍ତାକୁ ମିଥ୍ୟା ମକଦ୍ଦମାରେ ଜଡ଼ିତ କରିବା ପୋଲିସ୍ ପ୍ରଶାସନ ବନ୍ଦ କରିବା ଆଦି ଦାବି ରଖିଥିଲେ ।
ସୋରଡ଼ା ବିଧାୟକ ପାର୍ଥୀ, ନୀଳମଣି ବିଷୋୟୀ, ଭଞ୍ଜନଗର ବିଧାୟକ ପାର୍ଥି ପ୍ରଦ୍ୟୁମ୍ନ ନାୟକ, ଖୋଲିକୋଟ ବିଧାୟକ ପାର୍ଥିନି, ଭାରତୀ ବେହେରା, ଜିଲ୍ଲା ପ୍ରଭାରୀ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିଶିର ମିଶ୍ର, ପ୍ରଦୀପ ପାତ୍ରୀ, ମଧୂ ସୂଦନ ସାହୁ, ଗଜେନ୍ଦ୍ର ଚୌଧୁରୀଏଥିସହିତ
କେଦାର ମହାରଣା ,ଜିଲ୍ଲା ସମ୍ପାଦକ ଆଲୋକ ଶତପଥି, ଅକ୍ସଉଟିଭିର ସଦସ୍ୟ ମିଟୁ ନାହାକ, ସମ୍ପାଦକ କାହ୍ନା ନାୟକ, ମହିଳା ସାଧରଣ ସମ୍ପାଦକ ମିରାଦେଉ,ବୁଢ଼ାଆମ୍ବ ମଣ୍ଡଳ ସଭାପତି ନନ୍ଦିନୀ ଦଳେଇ, ମଣ୍ଡଳ ସଭାପତି ସନ୍ତୋଷ ଡାକୁଆ, ମହିଳା ସଭାପତି ମଧୁସ୍ମିତା ଦଳେଇ, ଉପସଭାପତି ମାମି ବେହେରା, ଭାରତୀ ବେହେରା, କହ୍ନା ଗୌଡ଼, ବାବୁ ଭାଇ, ମନୋଜ, ସଂଜୟ, ଜୟଦେବ,ଚିଣ୍ଟୁ ଆଦି ଯୋଗ ଦେଇଥିଲେ ।