ମାସ୍କ ବିକି ସଚେତନତାର ବାର୍ତ୍ତା ଦେଉଛନ୍ତି ମହିଳା

ବୌଦ୍ଧ : ସ୍ଥାନୀୟ ବସଷ୍ଟାଣ୍ଡ ନିକଟ ଶନିମନ୍ଦିର ନିକଟରେ ଓରମାସ୍ ଓ ଜିଲ୍ଲା ପ୍ରଶାସନର ସହାୟତାରେ ମାସ୍କ ବିକ୍ରି କରିବାସହ କରୋନାପାଇଁ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ମହିଳା ସ୍ୱେଚ୍ଛାସେବୀ । ବୌଦ୍ଧବ୍ଲକ ମୁର୍ଷୁଣ୍ଢି ଗ୍ରାମପଞ୍ଚାୟତର ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ସି.ଆର.ପି ଭାବେ ନିଯୁକ୍ତ ଯୋଗିବେରୁଣୀ ଗ୍ରାମର ରୁନାରାଣୀ ପୁରୋହିତ ଓ ଡାଙ୍ଗପଡା ଗ୍ରାମର ସସ୍ମିତା ପ୍ରଧାନ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ମାସ୍କକୁ ଆଣି ବିକ୍ରି କରୁଛନ୍ତି । ଜିଲ୍ଲା ପ୍ରଶାସନ ଏବଂ ଓରମାସ ସେମାନଙ୍କୁ ସହାୟତା ଯୋଗାଇ ଦେଉଥିବା ଜଣାପଡିଛି । ଏସଏଚଜି ସଦସ୍ୟାମାନେ ପ୍ରସ୍ତୁତ କରୁଥିବା ମାସ୍କଗୁଡିକୁ ବିକ୍ରିକରି ସେମାନଙ୍କୁ କିଛି ଅର୍ଥ ଉପାର୍ଜନ କରିପାରିବାର ସୁଯୋଗ ମଧ୍ୟ ଯୋଗାଇଦେଇ ପାରୁଛନ୍ତି ଏହି ସି.ଆର.ପି ଦୁଇଜଣ । ସେମାନେ ଏହି କାର୍ଯ୍ୟରେ ନିଜକୁ ବିନିଯୋଗକରି ଲୋକଙ୍କୁ ମାସ୍କ ଯୋଗାଇ ଦେଇପାରୁଥିବାରୁ ନିଜକୁ ଗୌରବାନ୍ୱିତ ମନେ କରୁଛନ୍ତି ।

Comments (0)
Add Comment