ରେଙ୍ଗାଲି ବ୍ଲକରେ ସାମୁହିକ ଜନ ଶୁଣାଣି

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକରେ ଆଜି ସାମୁହିକ ଭାବରେ ଜନଶୁଣାଣୀ ଅନୁଷ୍ଠିତ ହେଇଯାଇଛି । ରେଙ୍ଗାଲି ଅଂଚଳ ରେ ଦୀର୍ଘ ଦିନହେବ ଅଭିଯୋଗ ବନ୍ଦ ଥିବା ବେଳେ ଏହାର ସମାଧାନ କରିବା ପାଇଁ ଆଜି ସମ୍ବଲପୁର ଜିଲ୍ଲାପାଳ ସମ୍ବଲପୁର ଆରକ୍ଷ୍ୟ ଅଧିକାରୀ ରେଙ୍ଗାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ରେଙ୍ଗାଲି ତହସିଲଦାର ସମେତ ଅନେକ ଅଧିକାରୀ ଙ୍କ ମିଳିତ ଆନୁକୂଲ୍ୟରେ ଲୋକଙ୍କ ସମସ୍ୟା ର ସମାଧାନ ପାଇଁ ଜନଶୁଣାଣି ହୋଇଥିଲା । ଲୋକଙ୍କ ସମସ୍ୟାର ସମାଧାନ କରିବା ପାଇଁ ସମ୍ବଲପୁର ଜିଲ୍ଲାପାଳ ପ୍ରତିଶୃତି ମଧ୍ୟ ଦେଇଛନ୍ତି । ସବୁଠୁ ବଡ଼ କଥା ହେଲା ପୂର୍ବରୁ ରହି ଯାଇଥିବା ଅନେକ ସମସ୍ୟାର ସମାଧାନ ଖୁବ ଶୀଘ୍ର ହେବ ବୋଲି ଜିଲ୍ଲାପାଳ କହିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତା, ନାଳ ଏବଂ ଅନ୍ୟାନ୍ୟ ମୌଳିକ ସମସ୍ୟା ର ଅଭିଯୋଗ ଶୁଣାଣି ହୋଇଥିଲା I

Comments (0)
Add Comment