ଏମସିଏଲ ସହାୟତାରେ ନୂଆଁ ଅଢାପରା ଗାଁରେ ଚିକିତ୍ସା ଶିବିର

ଏମସିଏଲ ସହାୟତାରେ ନୂଆଁ ଅଢାପରା ଗାଁରେ ଚିକିତ୍ସା ଶିବିର

ସମ୍ବଲପୁର:ଗାଁ’ରେ କୃଷି ଓ କୃଷକଙ୍କ ବିକାଶ ନେଇ ଯୁଯୁମୁରା ବ୍ଲକ ଅଞ୍ଚଳରେ କୋଇଲା କମ୍ପାନୀ ମହାନଦୀ କୋଲ୍ଡ ଫିଲ୍ଡ (ଏମସିଏଲ) ସହାୟତାରେ ଏହି ଅଞ୍ଚଳରେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ସଂଗଠନ “ବାଏଫ’ ପକ୍ଷରୁ ସ୍ଥାନୀୟ ଯୁଯୁମୁରା ବ୍ଲକ ଅନ୍ତର୍ଗତ ଛାମୁଣ୍ଡା ଗ୍ରାମ ପଞ୍ଚାୟତର ନୂଆଁ ଅଢ଼ାପରା ଗାଁ’ରେ କୃଷକ ଦମ୍ପତ୍ତିମାନଙ୍କ ପାଇଁ ଏକ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା । ସେଠାକାର ଗାଁ ସ୍ଥିତ ଅଙ୍ଗନୱାଡି କେନ୍ଦ୍ରରେ ଆୟୋଜିତ ଏହି ଶିବିରରେ ୫୦ରୁ ଉର୍ଦ୍ଧ୍ୱ ବୟସ୍କ ରୋଗୀଙ୍କ ସହିତ ଗର୍ଭବତୀ, ଅଣସଂକ୍ରମିତ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ନିଶୁକ୍ଲ ଔଷଧ ପ୍ରଦାନ କରାଯାଇଥିଲା । “ବାଏଫ’ର ପ୍ରକଳ୍ପ ଅଧିକାରୀ ପବନ ବଟକଙ୍କ ପରିଚାଳନାରେ ଶିବିର ଆୟୋଜିତ ହୋଇଥିବା ବେଳେ ସହକାର୍ଯ୍ୟକାରୀ ବଳରାମ ନାଏକ ଓ ପ୍ରଭାତୀ ନାଏକ ଏଥିରେ ସହଯୋଗ କରିଥିଲେ । ସ୍ଥାନୀୟ ଚିକିତ୍ସକ ଡା.ରାଜାରାମ ଷଡଙ୍ଗୀ ଶିବିରକୁ ଆସିଥିବା ରୋଗୀ, ସଂକ୍ରମିତ ଓ ସ୍ୱାସ୍ଥ୍ୟ ପରାମର୍ଶ ନେବାକୁ ଆସିଥିବା ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଆବଶ୍ୟକ ଔଷଧ ନେବା ପାଇଁ ପରାମର୍ଶ ସହ ସ୍ୱାସ୍ଥ୍ୟ ସଚେତନତା ଦିଗରେ ଆବଶ୍ୟକ ଓ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ମଧ୍ୟ ଦେଇଥିଲେ ।

Comments (0)
Add Comment