ପାଣିରେ ବୁଡିଲା ମେଟାକାନୀ ମନ୍ଦିର

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ପ୍ରସିଦ୍ଧ ପୀଠ ମାଁ ମେଟାକାନୀ ମନ୍ଦିର ଠାରେ ଜଳମୟ ହୋଇଛି। ଗତ ରାତ୍ରି ଅତି ପ୍ରବଳ ଲଗାଣ ବର୍ଷା ଯୋଗୁଁ ମନ୍ଦିର ବେଢା, ଗର୍ଭଗୃହ, ମନ୍ଦିର ପରିସର ଆଦି ସମସ୍ତ ଯାଗାରେ ପାଣି ଜମିରହିଛି। ଯାହା ଫଳରେ ପୂଜାର୍ଚ୍ଚନା ନୀତି ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଏହା ସହ ଭକ୍ତଙ୍କ ଦର୍ଶନ ମଧ୍ୟ ବନ୍ଦ ହୋଇଯାଇଛି। ଗର୍ଭଗୃହରେ ମଧ୍ୟ ପାଣି ପଶିଯାଇଥିବା ଦେଖିବାକୁ ମିଳିଛି। ଗର୍ଭଗୃହରେ ପ୍ରାୟ ୨ରୁ ୩ ଫୁଟ ଜମିରହିଥିବା ଦେଖିବାକୁ ମିଳିଛି। ଗମ୍ଭିରା ଭିତରେ ମଧ୍ୟ ପାଣି ପଶିଯିବାରୁ ମାଁ ଙ୍କ ମୂର୍ତ୍ତି ବୁଡି ଯାଇଥିବା ଜଣାପଡ଼ିଛି। ମନ୍ଦିର ବେଢା ଓ ମନ୍ଦିର ପରିସରରେ ୨ରୁ ୩ ଫୁଟ ପାଣି ଜମିରହିଥିବା ଦେଖିବାକୁ ମିଳିଛି। ଚାରି ଆଡେ ଖାଲି ଜଳମୟ ହୋଇଯାଇଛି। ଅତି ପ୍ରବଳ ବର୍ଷା ଯୋଗୁଁ ବର୍ଷାଜଳ ନିଷ୍କାସନ ହୋଇପାରିଲା ନାହିଁ। ଯାହା ଫଳରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି।

Comments (0)
Add Comment