ସୁବର୍ଣ୍ଣପୁରରେ ମାଇକ୍ରୋ ଲୋକ ଅଦାଲତ

ସୋନପୁର, ୧୪/୭ : ମୋଟରଯାନ ଦୁର୍ଘଟଣାଜନିତ କ୍ଷତିପୂରଣ ମାମଲା ସଂବନ୍ଧିତ ଏକ ମାଇକ୍ରୋ ଲୋକ ଅଦାଲତ ସ୍ଥାନୀୟ ସିଭିଲକୋଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । କରୋନା କଟକଣାକୁ ଦୃଷ୍ଟିରେ ରଖି ସାମାଜିକ ଦୁରତା ଅବଲମ୍ବନ କରି ଅନୁଷ୍ଠିତ ହୋଇଥିବା ଏହି ଲୋକ ଅଦାଲତ ରେ ଜିଲ୍ଲା ଦୌରାଜଜ୍ ଅରୁଣ କୁମାର ମଲ୍ଲିକ, ଅତିରିକ୍ତ ଜିଲ୍ଲାଜଜ୍ ମାନସ କୁମାର ପଣ୍ଡା, ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭାରପ୍ରାପ୍ତ ସଂପାଦକ କମଳାକାନ୍ତ ନାୟକ, ବେଞ୍ଚ ସଭ୍ୟ ଦେବକିଶୋର ଦାନୀ,ସୟଦ ମୁଜାଫର ଅଲ୍ଲୀ, ବେଞ୍ଚ ସଭ୍ୟ ସୁଦ୍ଧ ନାରାୟଣ ସାହୁ, ବିପିନ ବିହାରୀ ବିଦ୍ୟାଧର, ଆଇନଜୀବୀ ପ୍ରତାପ ପୁରୋହିତ, ହିମାଂଶୁ ଭୂଷଣ ନାୟକ, ଅଜିତ ପାଣିଗ୍ରାହୀ, ବ୍ରଜେନ୍ଦ୍ର ବିଶି ପ୍ରମୁଖ ଯୋଗଦେଇ ଦୁଇଟି ମୋଟରଯାନ ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲାର ବିଚାର କରି ୧୦ଲକ୍ଷ ୧୫ହଜାର ଟଙ୍କାର କ୍ଷତିପୂରଣ ଆଦେଶ ଦେଇଛନ୍ତି । ଏହି ଲୋକ ଅଦାଲତରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସୌମିତ୍ରୀ ଥନାପତି, ଅରୁଣ ବେହେରା, ବିନ୍ଦୁସାର ମହାପାତ୍ର, କେଶବ ଗୁରୁ, ସିଦ୍ଧାନ୍ତ କୁମାର ବାଘ, କମଳଲୋଚନ ବେହେରା, ସୁନିଲ ପ୍ରେମ ରଞ୍ଜନ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment