ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଗାଡି ଉପରକୁ ଅଣ୍ଡାମାଡ଼ କଲେ କଂଗ୍ରେସ କର୍ମୀ

ବଲାଙ୍ଗିର ୨୭।୧୧: ରାଜ୍ୟରେ ଥମୁନି ଅଣ୍ଡାମାଡ଼ ରାଜନୀତି । ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରତିଦିନ ରାଜ୍ୟରେ ନେତା ମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡାମାଡ କରାଯାଉଛି । ଏହି ଅଣ୍ଡା ରାଜନୀତିରେ ସବୁଠାରୁ ଅଧିକ ଟାର୍ଗଟରେ ରହିଛନ୍ତି ବିଜେଡ଼ି ନେତା ମନ୍ତ୍ରୀ ମାନେ । ମମିତା ମେହେର ହତ୍ୟାକାଣ୍ଡ ମାମଲାକୁ ନେଇ ପୁରା ରାଜ୍ୟ ରାଜନୀତି ଅଶାନ୍ତ ରହିଥିବା ବେଳେ ଶାସକ ଦଳ ନେତାଙ୍କ ଉପରେ ହେଉଛି ବିରୋଧୀଙ୍କ ଅଣ୍ଡା ବର୍ଷା । ତେବେ ଆଜି ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଗାଡି ଉପରକୁ ଅଣ୍ଡା ମାଡ଼ କରିଛନ୍ତି କଂଗ୍ରେସ କର୍ମୀ । ଆଜି ମନ୍ତ୍ରୀ ସୁବର୍ଣ୍ଣପୁର ଜିଲ୍ଲାକୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବାକୁ ଆସିଥିବା ସମୟରେ ମନ୍ତ୍ରୀଙ୍କୁ ସେହି ଅଞ୍ଚଳରେ ବିରୋଧ କରାଯାଇ ଅଣ୍ଡାମାଡ କରାଯାଇଛି । ସୂଚନା ଅନୂସାରେ ମନ୍ତ୍ରୀ ଚଢେଇପଙ୍କକୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବାକୁ ଯାଉଥିବା ସମୟରେ ନାରାୟଣଟିକ୍ରା ଠାରେ କଂଗ୍ରେସ କର୍ମୀଙ୍କ ଦ୍ୱାରା ଅଣ୍ଡାମାଡ଼ କରାଯାଇଛି ।

Comments (0)
Add Comment