ମିଶନ ଶକ୍ତି ମାଆମାନେ ନିଜ ପରିବାରର ବିକାଶ ପାଇଁ ଚିନ୍ତା କରନ୍ତୁ, ସରକାର ଚିକିତ୍ସା କଥା ବୁଝୁଛନ୍ତି : ମୁଖ୍ୟମନ୍ତ୍ରୀ

ଦଶପଲ୍ଲା : ନୟାଗଡ଼ ଜିଲ୍ଲାରେ ସ୍ମାର୍ଟ ସ୍ୱାସ୍ଥ୍ୟ ସେବା, ବିଏସ୍‌କେୱାଇ ସ୍ମାର୍ଟ କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ସ୍ୱାସ୍ଥ୍ୟ ସେବାରେ ସାମିଲ ହେଲା ନୟାଗଡ ଜିଲ୍ଲା । ଭର୍ଚୁଆଲରେ ନୟାଗଡ ଜିଲ୍ଲା ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ନୟାଗଡବାସୀଙ୍କୁ ୯୯୫ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେଇନ୍ତି ମୁଖ୍ୟମନ୍ତ୍ରୀ । ଭର୍ଚୁୁଆଲରେ ୧୦୮ଟି ପ୍ରକଳ୍ପର ଶିଳାନ୍ୟାସ ଓ ୧୫୧ଟି ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି । ଏହି ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ନୟାଗଡର ୨ ଲକ୍ଷ ୨୩ ହଜାର ୬୦ ପରିବାର ପାଇବେ । ଏହାଦ୍ୱାରା ୭,୭୦,୭୬୭ ଜଣ ହିତାଧିକାରୀ ଉପକୃତ ହେବେ ।
ଏହି ଅବସରରେ ନୟାଗଡବାସୀଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ମିଶନ ଶକ୍ତି ମାଆମାନେ ବହୁତ ଭଲ କାମ କରୁଛନ୍ତି । ରାଜ୍ୟରେ ବିଏସକେୱାଇ ସ୍ମାର୍ଟ କାର୍ଡ ଗରିବ ଲୋକଙ୍କ ଦୁଃଖ ଦୂର କରିବ । ସରକାର ଚିକିତ୍ସା କଥା ବୁଝୁଛନ୍ତି । ଆପଣ ସେ ଅର୍ଥ ସଞ୍ଚୟ କରନ୍ତୁ । ସଞ୍ଚିତ ଅର୍ଥ ପିଲାଙ୍କ ପାଠପଢା ଓ ପରିବାରର ବିକାଶ ପାଇଁ ଖର୍ଚ୍ଚ କରନ୍ତୁ ।

chief ministerMission shaktiମିଶନ ଶକ୍ତିମୁଖ୍ୟମନ୍ତ୍ରୀସରକାର ଚିକିତ୍ସା କଥା ବୁଝୁଛନ୍ତି
Comments (0)
Add Comment