ମୋବାଇଲ ଓ ସୁନା ଚେନ୍‌ ଜବତ, ୩ ଗିରଫ

ପୁରୀ : ଗତକାଲି ବିଳମ୍ବିତ ରାତିରେ ପୁରୀ ଚନ୍ଦନପୁର ଅଂଚଳ ଜଗନ୍ନାଥ ସଡକ ନିକଟରେ କଟକର ଶିବ ପ୍ରସାଦ ମହନ୍ତ ନିଜ ସାଥି ମାନଙ୍କ ସହ ଯାଉଥିବା ବେଳେ କିଛି ଦୁର୍ବୃତ୍ତ ମାନେ ତାଙ୍କ ଗାଡି ଅଟକାଇ ମୋବାଇଲ, ସୁନା ଚେନ ଆଦି ଛଡାଇ ନେଇଥିଲେ । ଘଟଣା ସ୍ଥଳରେ ଶିବ ପ୍ରସାଦ ଚିତ୍କାର କରିବା ଫଳରେ ଦୁର୍ବୃତ୍ତ ମାନେ ଫେରାର ହୋଇଯାଇଥିଲେ । ଉକ୍ତ ସମୟରେ ଚନ୍ଦନପୁର ଥାନା ଆଇଆଇସି ପେଟ୍ରୋଲିଙ୍ଗ ସାରି ଫେରିଥିବା ବେଳେ ଲୁଟ ହୋଇଥିବା ଜାଣିବାକୁ ପାଇଥିଲେ । ତୁରନ୍ତ ଚନ୍ଦନପୁର ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦୁଇ ଘଣ୍ଟା ମଧ୍ୟରେ ୩ ଜଣ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ରେ ସଫଳ ହୋଇଥିଲା । ଅଭିଯୁକ୍ତଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ ସହ ଗୋଟିଏ ଅଫୁଟା ଗୁଳି, ଗୋଟିଏ ଛୁରୀ, ଦୁଇଟି ମୋବାଇଲ, ଦୁଇଟି ସୁନା ଚେନ ଏବଂ ଗୋଟିଏ ବାଇକ ଜବତ କରିଛି ଚନ୍ଦନ ପୁର ଥାନା ପୋଲିସ । ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ସୁଶୀଲ ମିଶ୍ର । ଏହି ସମ୍ମିଳନୀରେ ସଦର ଥାନାଧିକାରୀ ସୁମତି ମହାନ୍ତି, ଟାଉନ ଥାନାଧିକାରୀ ଗୋକୁଳ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment