ଆଦର୍ଶ ମହାବିଦ୍ୟାଳୟ ପ୍ରବେଶିକା କାର୍ଯ୍ୟକ୍ରମ

ଦେବଗଡ଼ : ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ସେମିନାର କକ୍ଷରେ ଯୁକ୍ତ ୩ ପ୍ରଥମ ବର୍ଷର ବିଦ୍ୟାର୍ଥୀ ମାନଙ୍କ ପାଇଁ ପ୍ରବେଶିକା କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡକ୍ଟର ବିଜୟ କୁମାର ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଡକ୍ଟର ମହାରଣା ମହାବିଦ୍ୟାଳୟର ଐତିହ ସମ୍ପର୍କରେ କହିବା ସହିତ ବିଦ୍ୟାର୍ଥୀ ମାନଙ୍କୁ ନିୟମିତ କ୍ଲାସ୍ କରିବାକୁ ପରାମର୍ଶ ଦେଇଥିଲେ। ବିଦ୍ୟାର୍ଥୀ ମାନେ ଶୃଙ୍ଖଳିତ ହୋଇ ଅଧ୍ୟନ କଲେ ଭବିଷ୍ୟତରେ ଜୀବନର ଲକ୍ଷ ହାସଲ କରିବେ ବୋଲି ମତବ୍ୟକ୍ତ କରିଥିଲେ। ବିଦ୍ୟାର୍ଥୀ ମାନେ ନିଜ ପରିଚୟ ଓ ନିଜର ଲକ୍ଷ ସମ୍ପର୍କରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରତ୍ୟେକ ବିଭାଗର ଅଧ୍ୟାପକ- ଅଧ୍ୟାପିକା, ଡକ୍ଟର ପ୍ରଦୀପ କୁମାର ମିଶ୍ର, ଦିଲ୍ଲୀପ କୁମାର ବେହେରା, ଦାମୋଦର ନାଏକ, ସତରୁପା ମିଶ୍ର, ବୀଣାପାଣି ନାଏକ, କର୍ମଚାରୀ ଓ ନୂତନ ବିଦ୍ୟାର୍ଥୀ ମାନେ ଯୋଗ ଦେଇଥିଲେ।

Comments (0)
Add Comment