କନ୍ଧମାଳକୁ ରେଳ ସଂଯୋଗ ନେଇ ଦାବି ଦୋହରାଇଲେ ସାଂସଦ ଅଚ୍ୟୁତ ସାମନ୍ତ

ଫୁଲବାଣୀ ୧୫ ।୧୨: କନ୍ଧମାଳକୁ ରେଳ ସଂଯୋଗ ନେଇ ସାଂସଦ ଅଚ୍ୟୁତ ସାମନ୍ତ କେନ୍ଦ୍ର ରେଳ, ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ତାଙ୍କର ଦାବି ସଂପର୍କରେ ପୁନର୍ବାର ମନେ ପକାଇଦେଇଛନ୍ତି । ଆଜି ସକାଳେ ଶ୍ରୀ ସାମନ୍ତ ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ସୌଜନମୂଳକ ସାକ୍ଷାତ କରିଥିଲେ । ଏହି ସାକ୍ଷାତ ସମୟରେ କନ୍ଧମାଳ ଜିଲ୍ଲାର ୧୦୯୪ ଗ୍ରାମରେ ୪ଜି ମୋବାଇଲ ଟାୱାର ବସାଇବା ପାଇଁ ପଦକ୍ଷେପ ନେଇଥିବାରୁ ଶ୍ରୀ ସାମନ୍ତ ଶ୍ରୀ ବୈଷ୍ଣବଙ୍କୁ କୃତଜ୍ଞତା ଜଣାଇଥିଲେ ।

ଏହି ଅବସରରେ ଶ୍ରୀ ସାମନ୍ତ ତାଙ୍କୁ କନ୍ଧମାଳ ଜିଲ୍ଲାକୁ ରେଳ ଯୋଗଯୋଗ ନେଇ ପଦକ୍ଷେପ ନେବାକୁ ପୂର୍ବରୁ କରିଥିବା ଅନୁରୋଧ ସମ୍ପର୍କରେ ମନେ ପକାଇ ଦେଇଥିଲେ । ଏହା ଉପରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ । ସୂଚନାଯୋଗ୍ୟ, ଶ୍ରୀ ସାମନ୍ତ କନ୍ଧମାଳ ସାଂସଦ ହେବା ଦିନଠାରୁ କନ୍ଧମାଳକୁ ରେଳ ସଂଯୋଗ ନେଇ ତାଙ୍କର ପ୍ରୟାସ ଜାରି ରଖିଆସିଛନ୍ତି ।

MP Achuth Samantha reiterated his demand for a railway connection to Kandhamalnews updatestop news todayକନ୍ଧମାଳକୁ ରେଳ ସଂଯୋଗକନ୍ଧମାଳକୁ ରେଳ ସଂଯୋଗ ନେଇ ସାଂସଦ ଅଚ୍ୟୁତ ସାମନ୍ତ କେନ୍ଦ୍ର ରେଳଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ତାଙ୍କର ଦାବି ସଂପର୍କରେ ପୁନର୍ବାର ମନେ ପକାଇଦେଇଛନ୍ତି ।
Comments (0)
Add Comment