ନୂଆ ଦଳ ଗଠନ ନେଇ ଏମିତି କହିଲେ ମହମ୍ମଦ ମୋକିମ୍

ଭୁବନେଶ୍ଵର: ନୂଆ ଦଳ ଗଠନ ନେଇ ମହମ୍ମଦ ମୋକିମ୍ ଙ୍କ ବଡ଼ ଘୋଷଣା। ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ଦଳ। ମୋକିମ୍ କହିଛନ୍ତି ଯେ, ‘ନୂଆ ଦଳ ନେଇ ସମୀକରଣ ଚାଲିଛି, ପୂରା ରାଜ୍ୟରୁ ମତାମତ ନିଆଯାଉଛି। ବଡ଼ କାର୍ଯ୍ୟକ୍ରମ ପୂର୍ବରୁ ଅନେକ ପରାମର୍ଶ ଆବଶ୍ୟକ। ପର୍ଯ୍ୟାୟ କ୍ରମେ ଆଗକୁ ବଢୁଛୁ, ମାର୍ଚ୍ଚ ଶେଷ ସୁଦ୍ଧା ବ୍ୟବସ୍ଥା ହୋଇ ସାରିଥିବ। ନୂଆ ରାଜନୈତିକ ଦଳର ଭିତ୍ତିଭୂମି ପଡ଼ିବ।’

ମୋକିମ୍ ପୁଣି କହିଛନ୍ତି ଯେ, ‘ଆସନ୍ତା ୧୨ ତାରିଖରେ ଯୁବ ସମାବେଶରେ ଉପକୂଳ ଓଡ଼ିଶାର ଅନେକ ଯୁବ ନେତା ଏକାଠି ହେବେ। ଓଡ଼ିଶାର ଭବିଷ୍ୟତ ନେଇ ଆଲୋଚନା କରିବୁ। ପରବର୍ତ୍ତୀ ସମୟରେ ମହିଳା ସମ୍ମିଳନୀ ହେବ, ଚାଷୀଙ୍କୁ ଭେଟିବୁ। ଏଜେଣ୍ଡା ଓ ଆମ କର୍ତ୍ତବ୍ୟ କଣ ହେବା ଉଚିତ୍ ପ୍ରସ୍ତୁତ କରି ସାମ୍ନାକୁ ଆସିବୁ।’ 

Comments (0)
Add Comment