ନବରଙ୍ଗପୁର : ଆଜି ଡ଼ଃ କମଲ ଲୋଚନ ମିଶ୍ର ନବରଙ୍ଗପୁର ଜିଲ୍ଲାପାଳ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଡ଼ଃ ମିଶ୍ର ନବରଙ୍ଗପୁରରେ ପହଞ୍ଚିବା ପରେ ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ଭଣ୍ଡାର ଘରଣୀଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ ।
ଡ଼ଃ ମିଶ୍ର ଜିଲ୍ଲା କାର୍ଯ୍ୟାଳୟରେ ପହଞ୍ଚିବା ପରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଓଡିଶା ରାଜସ୍ୱ ଅମଲା ସଂଘର ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁ, ନବରଙ୍ଗପୁର ଜିଲ୍ଲା ସଭାପତି ଆଶୁତୋଷ ମହାନ୍ତି, ସମ୍ପାଦକ ତ୍ରିଲୋଚନ ନାୟକ ପୁଷ୍ପଗଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ନୂତନ ଜିଲ୍ଲାପାଳ ଡଃ ମିଶ୍ର ଜିଲ୍ଲାର ସାମୁହିକ ବିକାଶ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡେପୁଟି ଜିଲ୍ଲାପାଳ ନିର୍ମଳ ନାୟକ, ଅନାମିକା ପାଣ୍ଡେ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ମୌସୁମୀ ନାୟକ, ସହାୟକ ଜିଲ୍ଲାପାଳ, ବାବୁଲାଲ ସାମଲ, ପୁଷ୍ପାଞ୍ଜଳି ଦଣ୍ଡପାଟ, କମଲେସ ମହନ୍ତ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ହଳଧର ନିହାଲ, ଜିଲ୍ଲା କ୍ରୀଡା ଓ ସଂସ୍କୃତି ଅଧିକାରୀ ମହେନ୍ଦ୍ର କୁମାର ସାହୁ, ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଏ ସୁରେଶ, ଜିଲ୍ଲା ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଅଧିକାରୀ, ବିଶ୍ୱରଞ୍ଜନ ଭୁକ୍ତା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ସୁଧାଂଶୁ ଶେଖର ପାତ୍ର, ସେକ୍ସନ ଅଫିସର, ପି ହରି, ଭଗବାନ ପାଣିଗ୍ରାହୀ, ବିଜୟ କୁମାର ବେହେରା, ଧନପତି ନାୟକ, ମାୟାଧର ନାୟକ, ଭି କ୍ରିଷ୍ଣାବେନି, ଅଶୋକ ଚକ୍ରବର୍ତ୍ତୀ, ଦୁର୍ଗମାଧବ ପଣ୍ଡା, ଜିତେନ୍ଦ୍ର ଚୌଧୁରୀ, ଚିତ୍ତରଞ୍ଜନ ପାତ୍ର, ଜୋଛନା ଚୌଧୁରୀ, ସୁରେଶ ପଟନାୟକ, ସତ୍ୟ ନାରାୟଣ ସାହୁ, ନରେନ୍ଦ୍ର ସାହୁ, ରୀନା ରାଣୀ ପାତ୍ର,ବିଜୟ କୁମାର ସାହୁ, ମୀରା ପଣ୍ଡା, ଗୋବିନ୍ଦା ରାଓ, ସୁବାଷ ରାଓ, ସନ୍ଦୀପ ନାୟକ ସହିତ ସହିତ ଜିଲ୍ଲା କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।