ଶିଳ୍ପଦ୍ୟୋଗୀ ବିକାଶ ତାଲିମ କାର୍ଯ୍ୟକ୍ରମ

ନବରଙ୍ଗପୁର,୧୦/୧ – ଓଡିଶା ସରକାରଙ୍କ ଶିଳ୍ପଦ୍ୟୋଗୀ ବିକାଶ ପ୍ରତିଷ୍ଠାନ ପକ୍ଷରୁ ନବରଙ୍ଗପୁର ସ୍ଥାନୀୟ କୋଣାର୍କ ଆଇଟିଆଇ ପରିସରରେ ଶିଳ୍ପଦ୍ୟୋଗୀ ବିକାଶ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୩୦ ଜଣ ଯୁବକ ଯୁବତୀ ଭାଗନେଇ ନିଜର ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ପ୍ରାପ୍ତ କରିଥିଲେ । ଦୁଇ ସପ୍ତାହ ଧରି ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କ, ସମବାୟ, କୃଷି ଓ ବୀମା ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମ ଓ ସରକାରୀ ସୁବିଧା ସୁଯୋଗ ଉପରେ ତାଲିମ ପ୍ରଦାନସହ ଆତ୍ମନିଭରଶୀଳ ହୋଇ ନିଜର ବ୍ୟବସାୟିକ ସଫଳତା ହାସଲ କରିବାସହ ଅନ୍ୟମାନଙ୍କୁ ରୋଜଗାରକ୍ଷମ କରାଇବାରେ ସକ୍ଷମ ହୋଇପାରିବେ । ଏ ନେଇ ବିସ୍ତୃତ ଆଲୋଚନା ଓ ତାଲିମ ପ୍ରଦାନ ପରେ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଚିଫ ମ୍ୟାନେଜର ସୁକୁମାର ବକ୍ସି , ରାଜ୍ୟ ଶିଳ୍ପଦ୍ୟୋଗୀ ପ୍ରତିଷ୍ଠାନର ପୋଗ୍ରାମ ମ୍ୟାନେଜର ଗୋକୁଳ ନନ୍ଦନ ଭୋଳ, ନବରଙ୍ଗପୁର ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ମାଲେଶ୍ୱରୀ ସାହୁ, ଜିଲ୍ଲା ଶିଳ୍ପକେନ୍ଦ୍ରର ଶିଳ୍ପ ବିକାଶ ଅଧିକାରୀ କେ. ବିକ୍ରମ ରାଜୁ, କୋଣାର୍କ ଆଇ.ଟି.ଆଇର ଅଧ୍ୟକ୍ଷା ମମତା କୁମାରୀ ପାଢୀ, ଆଧ୍ୟାପକ ପ୍ରଦୀପ କୁମାର ପଟ୍ଟନାୟକ, ଶ୍ରୀନିବାସ ରାଓ, ଅନୁଷ୍ଠାନର ଉପଦେଷ୍ଟା ପୂର୍ଣ୍ଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment