ନବରଙ୍ଗପୁରରେ ପବିତ୍ର ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ନବରଙ୍ଗପୁର,୧୭/୬- ନବରଙ୍ଗପୁର ଜିଲ୍ଲା ସଦରମହକୁମାରେ ପବିତ୍ର ରଥଯାତ୍ରା-୨୦୨୨ ଉତ୍ସାହ, ଶାନ୍ତି, ଶୃଙ୍ଖଳାର ସହିତ ପାଳନ ନିମନ୍ତେ ଆଜି ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ମିଶନ ଶକ୍ତି ସଭଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ତହସିଲଦାର ତଥା ଏଣ୍ଡୋ ମେଣ୍ଟ ଅଫିସର ନବରଙ୍ଗପୁର ରବୀନ୍ଦ୍ର କୁମାର ରାଉତ ସମସ୍ତଙ୍କୁ ସ୍ୱାଗତ ଜଣାଇ ପ୍ରସ୍ତୁତି ବୈଠକର ଆଲୋଚ୍ୟ କାର୍ଯ୍ୟସୂଚୀ ସମ୍ପର୍କରେ ସୂଚନା ଦେଇଥିଲେ । ଜିଲ୍ଲାପାଳ ଡକ୍ଟର ମିଶ୍ର ଆଗାମୀ ପବିତ୍ର ରଥଯାତ୍ରା କିପରି ଶାନ୍ତି ଶୃଙ୍ଖଳା ଓ ସଫଳତାର ସହିତ ମହାପ୍ରଭୁଙ୍କର ନୀତିକାନ୍ତି ମଧ୍ୟରେ ପାଳନ କରାଯିବ ସେ ଦିଗରେ ସମସ୍ତଙ୍କର ପୂର୍ଣ୍ଣ ସାହାଯ୍ୟ ଓ ସହଯୋଗ କାମନା କରିଥିଲେ । ରଥଯାତ୍ରା ସମୟରେ ଭକ୍ତଙ୍କ ସମାଗମକୁ ଆଖିଆଗରେ ରଖି ସହରରେ ଆବଶ୍ୟକ ଟ୍ରାଫିକ ସମସ୍ୟାର ନିୟନ୍ତ୍ରଣ, ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ନାଳର ଆବର୍ଜନା ସଫେଇ, ପାନୀୟ ଜଳର ବ୍ୟବସ୍ଥା, ଫାଷ୍ଟ ଏଡ୍ଡର ସୁବିଧା, ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ଆବଶ୍ୟକ ପୋଲିସ ମୁତୟନ, ବିଜୁଳି ସେବାର ବ୍ୟବସ୍ଥା, ମଦଦୋକାନ ବନ୍ଦ ରଖିବା, ଆବଶ୍ୟକ ଅଗ୍ନିସେବାର ପ୍ରସ୍ତୁତି, ଅନ୍ନଭୋଗର ବ୍ୟବସ୍ଥା, ରଥଯାତ୍ରାର ଧାରା ବିବରଣୀ ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା । ସଂପୃକ୍ତ ବିଭାଗର ଅଧିକାରୀମାନେ ବିଭାଗୀୟ ନ୍ୟସ୍ତ ଦାୟିତ୍ୱ ସୁଚାରୁରୂପେ ତୁଳାଇବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟଙ୍କ ପୂର୍ଣ୍ଣ ସହଯୋଗ ମଧ୍ୟ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାନ୍ୟବର ବିଧାୟକ ନବରଙ୍ଗପୁର ଶ୍ରୀ ସଦାଶିବ ପ୍ରଧାନି, ଜିଲ୍ଲାପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଅଧ୍ୟକ୍ଷ ପୌରପାଳିକା ନବରଙ୍ଗପୁର କୁନୁ ନାୟକ, ଉପାଧ୍ୟକ୍ଷା ଶ୍ରୀମତୀ ସୋମ୍ୟା ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରାଇତ, ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ରତ୍ନାକର ସାହୁ, ଉପଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ବିଭାଗୀୟ ଅଧିକାରୀ, ବଣିକ ସଂଘର କର୍ମକର୍ତ୍ତା, ଜଗନ୍ନାଥ ମନ୍ଦିର ପରିଚାଳନା କମିଟିରର ସମସ୍ତ ସଦସ୍ୟ, ସହରର ବିଶିଷ୍ଟ ବ୍ୟକ୍ତି, ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ ।

Comments (0)
Add Comment