ନବରଙ୍ଗପୁର,୧୪/୧୦:- ଜିଲ୍ଲାପାଳ ଡ଼ଃ କୋମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଡିପିଆରସି ସମ୍ମିଳନୀ ଗୃହରେ ଗ୍ରୀନ ପେସେଜ ସ୍କିମ ଦ୍ୱାରା ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପିତୃମାତୃହୀନ ଶିଶୁମାନେ ମାଗଣାରେ କିପରି ଉଚ୍ଚ ଶିକ୍ଷା ପାଇପାରିବେ ସେନେଇ ବିସ୍ତ୍ରୁତ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଉପଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ରାଉତ, ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ଶ୍ରୀମତୀ ସ୍ୱର୍ଣ୍ଣଲତା ବିଶ୍ୱାସ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ସୁରେଶ କୁମାର ପଟ୍ଟନାୟକ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଦିବାକର ବାହୁକ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଆନୁଷ୍ଠାନିକ ଯତ୍ନ ଅଧିକାରୀ କୁନିମୁନି ସ୍ୱାଇଁ, ଏଲପିଓ କିଶୋର ଚନ୍ଦ୍ର ମାର୍ଥା, ଅରୁଣାର ଜିଲ୍ଲା ସଂଯୋଜିକା ପ୍ରଭାସିନୀ ପଟ୍ଟନାୟକଙ୍କ ସମେତ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ କଲେଜର ଅଧ୍ୟକ୍ଷଙ୍କ ସହ ତହସିଲଦାରମାନେ ଉପସ୍ଥିତ ରହିଥିଲେ ।