ନବରଙ୍ଗପୁର,୨୬/୯:- ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଏନଏସଏସର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ବିନୋଦ ବିହାରୀ ପ୍ରଧାନ ଯୋଗଦେଇ ଛାତ୍ରୀମାନଙ୍କୁ ଜାତୀୟ ସେବା ଯୋଜନାର ମହତ୍ତ୍ୱ ସମ୍ପର୍କରେ ସୂଚନା ଦେଇଥିଲେ । ମହାବିଦ୍ୟାଳୟର ପୁରାତନ ଏନଏସଏସ ଅଧିକାରୀ ତାଇରା ବେଗମ, ରଞ୍ଜୁଶା ପ୍ରହରାଜ ଜାତୀୟ ସେବା ଯୋଜନାରେ ଛାତ୍ରୀ ମାନଙ୍କ ଭୂମିକା ସମ୍ପର୍କରେରେ ଆଲୋକପାତ କରିଥିଲେ । ଯୁବ ରେଡକ୍ରସ ସଂଯୋଜିକା ଡ ସଂଯୁକ୍ତା ପଣ୍ଡା ଯୁବଗୋଷ୍ଠୀଙ୍କ ମଧ୍ୟରେ ନେତୃତ୍ୱର ବିକାଶ ସମ୍ପର୍କରେ ମାର୍ଗଦର୍ଶନ କରାଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ମାଲେଶ୍ୱରୀ ସାହୁ ଛାତ୍ରୀମାନଙ୍କୁ ସ୍ୱେଚ୍ଛାସେବୀ ଭାବରେ ନିଜ ଦାୟିତ୍ୱ ସମ୍ପର୍କରେ ଅବଗତ କରାଇଥିଲେ । ଜାତୀୟ ସେବା ଯୋଜନାର କାର୍ଯ୍ୟକାରୀ ଅଧିକାରୀ ସୁନୀତା ପାତ୍ର କାର୍ଯ୍ୟକ୍ରମ ପରିଚାଳନା ଓ ବିବରଣୀ ପାଠ କରିଥିଲେ । ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଓ ଛାତ୍ରୀମାନେ ସକ୍ରିୟ ଯୋଗଦାନ କରି କାର୍ଯ୍ୟକ୍ରମଟିକୁ ସଫଳ କରାଇଥିଲେ ।