ଭାରତ ବନ୍ଦକୁ ସମର୍ଥନ ଦେବ ଜିଲ୍ଲା କଂଗ୍ରେସ

ନବରଙ୍ଗପୁର,୨୫/୯- ଆସନ୍ତା ୨୭ ତାରିଖରେ ସକାଳ ୬ଟାରୁ ସନ୍ଧ୍ୟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହେବାକୁ ଥିବା ସଂଯୁକ୍ତ କୃଷକ ମୋର୍ଚ୍ଚାର ଭାରତ ବନ୍ଦ ଡାକରାକୁ ପୂର୍ଣ୍ଣ ସମର୍ଥନ ଦେବା ନିମନ୍ତେ ଆଜି ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟି ନିର୍ଣ୍ଣୟ ନେଇଛି । କେନ୍ଦ୍ର ସରକାରଙ୍କ କଳା କୃଷି ଆଇନ ବିରୁଦ୍ଧରେ ପ୍ରାୟ ୧୦ ମାସରୁ ଉର୍ଦ୍ଧ ସମୟ ଧରି ଏହି କୃଷି ଆଇନ ବିରୁଦ୍ଧରେ ଆନ୍ଦୋଳନ ଚଳାଇ ଆସୁଥିବା କୃଷକ ମାନଙ୍କୁ ସମର୍ଥନ ଜଣାଇବା ସହ ଏହି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଏହି ବୈଠକରେ ଆଲୋଚନା ହୋଇଥିଲା । ପ୍ରଦେଶ କଂଗ୍ରେସ କମିଟି ଉପ ସଭାପତି ଶ୍ରୀ ସଦନ ନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଥିଲା । ଏହି ବୈଠକରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ମୁନ୍ନା ତ୍ରିପାଠୀ, ଜିଲ୍ଲା କଂଗ୍ରେସ କମିଟି ଉପ ସଭାପତି ତଥା ପୂର୍ବତନ ଉପ ନଗରପାଳ ସୁବାସ ଚନ୍ଦ୍ର ସୁର, ପିସିସି ସଭ୍ୟ ଦିଲ୍ଲିପ କୁମାର ବେହେରା, ପୂର୍ବତନ ପିସିସି ସାଧାରଣ ସମ୍ପାଦକ ତଥା ପିସିସି ସଭ୍ୟ ସରୋଜ ପାତ୍ର, ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ କୁନା ପାଢ଼ୀ, ଇମ୍ରାନ ସରିଫ୍‌, ଅବଦୁଲ୍‌ ଫିରଜ,ନଗର କଂଗ୍ରେସ ସଭାପତି ଉତ୍ତମ ତ୍ରିପାଠୀ, ନନ୍ଦା ହାଣ୍ଡି ବ୍ଲକ କଂଗ୍ରେସ ସଭାପତି ବୃନ୍ଦାବନ ତ୍ରିପାଠୀ ଉପସ୍ଥିତ ରହି ଏହି ବନ୍ଦକୁ ସଫଳ କରିବା ନିମନ୍ତେ ଜନସାଧାରଣଙ୍କୁ ଅନୁରୋଧ କରିବେ ବୋଲି ନିଷ୍ପତି ନେଇଥିବା ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ପ୍ରଦୀପ ସାହୁ ଜଣାଇଛନ୍ତି ।

Comments (0)
Add Comment