ବୌଦ୍ଧ : କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ଥାନା ଲୋକାପଡା ଗ୍ରାମରେ ସାମାନ୍ୟ କଥାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିବାରୁ ପ୍ରାୟ ୧୬ ଜଣ ଆହତ ହେବା ସହ ଜଣେ ମହିଳା ଗୁରୁତର ଆହତ ହୋଇ ବୁର୍ଲା ଡାକ୍ତରଖାନା ରେଫର ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଲୋକାପଡା ବିଦ୍ୟାଳୟ କମିଟି ସଭାପତି ଦୁର୍ଲଭ ନାଗ ସ୍କୁଲ ନିକଟରେ ଥିବା ନଳକୂପର ଉଦବୃତ୍ତ ଜଳ ରଖିବା ପାଇଁ ଗୋଟିଏ ସୋକ୍ ପିଟ ଖୋଲାଇ ଥିଲେ । ସୋକ୍ ପିଟ ଖୋଳାକୁ ଗ୍ରାମର ଅନ୍ୟ ଗୋଟିଏ ଗୋଷ୍ଠୀ ବିରୋଧ କରିଥିଲେ ଓ ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବା ଫଳରେ ପ୍ରାୟ ୧୬ ଜଣ ଆହତ ହୋଇଥିଲେ । ଉଭୟ ଗୋଷ୍ଠୀ ମନମୁଣ୍ଡା ଥାନାରେ ପୃଥକ୍ ପୃଥକ୍ ମାମଲା ରୁଜୁ କରିଥିବା ଜଣାପଡିଛି । ମନମୁଣ୍ଡା ଥାନା ପୋଲିସ୍ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।