ଦୁଇ ବାଇକ ମୁହାଁମୁହିଁ , ଜଣେ ମୃତ ଜଣେ ଗୁରୁତର

ନନ୍ଦାହାଣ୍ଡି,୧୦/୬:- ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଖୁଣ୍ଟିଆ ଗ୍ରାମ ଛକ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ସୋମବାର ଦିନ ପ୍ରାୟ ୧୦ ଟା ବେଳେ ନବରଙ୍ଗପୁର ଓ ନନ୍ଦାହାଣ୍ଡି ବ୍ଲକକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଦୁଇଟି ବାଇକ ଓ.ଡ଼ି ୨୪ କେ ୧୨୪୯ ଓ ଓ.ଡି ୨୪ ଏ ୭୬୦୪ ରେ ଯାଉଥିବା କଂଗରା ଗ୍ରାମର ସଦନ ହରିଜନ (୩୨) ଓ ନିଶନାହାଣ୍ଡି ଗ୍ରାମର ଶଙ୍କର ଭତରାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା । ସେଠାରେ କାମ କରୁଥିବା କିଛି ଶ୍ରମିକ ଆମ୍ବୁଲାନ୍ସକୁ ଯୋଗାଯୋଗ କରି ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠେଇଥିଲେ । ସେଠାରେ ପହଂଚିବା ପରେ ସଦନ ହରିଜନଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଶଙ୍କର ଭତରାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ଡଙ୍ଗରଭେଜା ଫାଣ୍ଡିରୁ ପୋଲିସ ଘଟଣା ସ୍ଥଳକୁ ପହଂଚି ଦୁଇଟି ବାଇକ ଜବତ କରିବା ସହ କେସ ନମ୍ବର ୨୪୫/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଛି । ବ୍ୟବଚ୍ଛେଦ ପରେ ମୃତ ଶରୀରକୁ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ।

Comments (0)
Add Comment