ନନ୍ଦାହାଣ୍ଡି ,୩/୨:- ଆଜି ମହିଳା ଜନ ସୁରକ୍ଷା ମଞ୍ଚ ତରଫରୁ ବିଭିନ୍ନ ଗ୍ରାମ ଗୁଡିକର ସମସ୍ୟାର ସମାଧାନ ନିମନ୍ତେ ଏକ ଦାବିପତ୍ର ନବରଙ୍ଗପୁର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ନବରଙ୍ଗପୁର ଜିଲ୍ଲାର ୬ ଗୋଟି ବ୍ଲକର ୨୪୨ ଗୋଟି ଗ୍ରାମରେ ସ୍ୱଚ୍ଛ ଗ୍ରାମ ସର୍ବେକ୍ଷଣ କରାଯାଇଥିଲା । ଉକ୍ତ ସର୍ବେକ୍ଷଣରୁ ଚିହ୍ନଟ ହୋଇଥିବା ସମୀକ୍ଷା ଗୁଡିକ ପଲ୍ଲୀସଭା ମାଧ୍ୟମରେ ପଞ୍ଚାୟତ ତଥା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପଲ୍ଲୀସଭା ବିବରଣୀ ପ୍ରଦାନ କରାଯାଇଥିଲା । ଏହି ଗ୍ରାମ ସର୍ବେକ୍ଷଣ ସମୟରେ ବିଶୁଦ୍ଧ ପାନୀୟ ଜଳ, ପରିମଳ, ଗ୍ରାମ୍ୟ ସମ୍ବଳ, ଜଳସେଚନ ଜନିତ ସମସ୍ୟା ଓ ସାମାଜିକ ସମସ୍ୟା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏଣୁ ଉକ୍ତ ସମସ୍ୟାର ଗୁରୁତ୍ୱକୁ ଉପଲବ୍ଧ କରି ଆଶୁ ସମାଧାନ ନିମନ୍ତେ ପଦକ୍ଷେପ ନେଇ ସମାଧାନ ପାଇଁ ଦାବି କରିଛନ୍ତି । ଏହି ଦାବିପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତଙ୍କୁ ପ୍ରଦାନ କରାଯାଇଥିଲା । ଏହି ଦାବିପତ୍ର ପ୍ରଦାନ ସମୟରେ ଅନିତା ଖରା, ମଞ୍ଜୁମଣୀ ଖରା, ତୁଳାବତୀ ଜାନୀ, ଚାନ୍ଦନୀ ରାଣୀ କଚିମ, ବିମଳା ସୁନାନୀ ଓ ମହିଳା ଜନ ସୁରକ୍ଷା ମଞ୍ଚର କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ଥିଲେ ।