ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ନନ୍ଦାହାଣ୍ଡି,୨୬/୮: – ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ନନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୁଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ମୋଟ ୬୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଜିଲ୍ଲାରେ ରକ୍ତ ଅଭାବରୁ ଅନେକ ଲୋକଙ୍କ ଜୀବନ ହାନୀ ହେଉଥିବା ବେଳେ ଥାଲାସେମିଆ , ସିକେଲସିଲ ଓ ପ୍ରସୂତି ମହିଳା ମାନଙ୍କୁ ଦରକାର ସମୟରେ ରକ୍ତ ମିଳୁନାହିଁ ଏଣୁ ବ୍ଲକ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ରକ୍ତସଂଗ୍ରହ କରି କିଛି ମାତ୍ରାରେ ଜିଲ୍ଲା ରକ୍ତ ଭଣ୍ଡାରରେ ରକ୍ତ ଯୋଗାଇବା ନିମନ୍ତେ ଛୋଟିଆ ପ୍ରୟାସ କରାଯାଇଥିଲା । ଏହି ରକ୍ତ ଦାନ ଶିବିରରେ ମୂଖ୍ୟ ଅତିଥି ଭାବେ ନନ୍ଦାହାଣ୍ଡି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସାହୁ ଓ ନନ୍ଦାହାଣ୍ଡି ବ୍ଲକ ଅଧ୍ୟକ୍ଷା ରଶ୍ମିତା ମାଝୀ ଯୋଗ ଦେଇଥିଲେ । ଏହି ଅବସରରେ ବିଡ଼ିଓ ଶ୍ରୀ ସାହୁ , ତହସିଲଦାର ବନମାଳୀ ମେହେର , ବ୍ଲକ ଶିକ୍ଷା ଅଧିକାରୀ ପୁଷ୍ପାଞ୍ଜଳି ମହାନ୍ତି ଓ ଝାଡବନ୍ଧଗୁଡା ସରପଞ୍ଚଭିବିସେନ ସୈରା , ଡଙ୍ଗରଭେଜା ଫାଣ୍ଡି ଅଧିକାରୀ ଶୁୁଭେନ୍ଦୁ ବେହେରା ପ୍ରମୁଖ ରକ୍ତଦାନ କରିବା ସହ ଅନ୍ୟମାନଙ୍କୁ ଓ କର୍ମଚାରୀ ମାନଙ୍କୁ ରକ୍ତଦାନ କରିବା ନିମନ୍ତେ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୯ ଜଣ ଡାକ୍ତର ଯଥା ଡ଼ା. ଚିରାଗ ଆଚାର୍ଯ୍ୟ , ଡ଼ା. ଅମିତ୍‌ ଦାସ , ଡ଼ା. ନିବେଦିତା ଗୌଡ଼ , ଡ଼ା. ମାନସ ରଞ୍ଜନ ନାୟକ , ଡ଼ା. ସଙ୍ଗମିତ୍ରା ମହାପାତ୍ର , ଡ଼ା. ଉମାଶଙ୍କର ଚାଇନୀ , ଡ଼ା. ଜିନିଆ ରାଣୀ ମହାକୁଡ , ଡ଼ା. ଶୁଶାନ୍ତ ଜେନା , ଡ଼ା. ମାନସ କୁମାର ନାୟକ ୨ ଜଣ ଆଶା କର୍ମୀ , ନନ୍ଦାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ର ୧୦ ଜଣ କର୍ମଚାରୀ ରକ୍ତଦାନ କରିଥିଲେ । ଏହି ଶିବିରରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ସୁକାନ୍ତ ଚନ୍ଦ୍ର ଶତପଥୀ ଯୋଗ ଦେଇଥିବା ବେଳେ, ଦ୍ୱିତୀକୃଷ୍ଣ ପଣ୍ଡା ଓ ୩୫ ଜଣ ସ୍ୱାସ୍ଥ୍ୟ କର୍ମଚାରୀ ସହଯୋଗ କରିଥିଲେ । ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରୋଗ୍ରାମ ମେନେଜେର ନିବେଦିତା ପଟ୍ଟନାୟକ ପରିଚାଳନା କରିଥିଲେ ।

Comments (0)
Add Comment