ମହେନ୍ଦ୍ର ଗିରି ଉଚ୍ଚ ବିଦ୍ୟାଳୟରେ ଜାତୀୟ ଗଣିତ ଦିବସ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ମହେନ୍ଦ୍ର ଗିରି ଉଚ୍ଚ ବିଦ୍ୟାଳୟର ପରିସର ମଧ୍ୟରେ ରାମାନୁଜମ ଗଣିତ କ୍ଳବ ସୌଜନ୍ୟରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ପ୍ରସିଦ୍ଧ ଭାରତୀୟ ଗଣିତଜ୍ଞ ନିବାସ ରାମାନୁଜମ ଜନ୍ମ ତିଥି ଅବସରରେ ଜାତୀୟ ଗଣିତ ଦିବସ ପାଳନ କରାଯାଇଥିଲା । ଏଥିରେ ମୁଖ୍ୟ ବକ୍ତା ଭାବେ ତ୍ରିନାଥ ପ୍ରସାଦ ପାଢ଼ୀ ରାମାନୁଜମଙ୍କ ସୃଷ୍ଟି କେତେକ ସଂଖ୍ୟା ସମ୍ବନ୍ଧିୟ କୁହୁକ ସମ୍ପର୍କ ଗୁଡିକ ଉପସ୍ଥାପନା କରିଥିଲେ ।

ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଉଦ୍ଭିଦବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଡକ୍ଟର ଜିତେନ୍ଦ୍ର ନାଥ ପଟ୍ଟନାୟକ ପ୍ରକୃତି ମଧ୍ୟରେ ଗଣିତ ଏକ ବିସ୍ମୟକର ଅନୁପାତରେ ଛନ୍ଦି ହୋଇଛି ତତ୍ତ୍ୱକୁ ପରି ପ୍ରକାଶ କରିଥିଲେ । ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ତ୍ୱିକ ପଟ୍ଟନାୟକ ମଞ୍ଚସ୍ଥ ହେବା ସହ ଉତ୍ସର୍ଗୀକୃତ ପ୍ରାଥମିକ ଶିକ୍ଷକ ଶ୍ରୀ ଶଶୀ ଭୂଷଣ ପଟ୍ଟନାୟକଙ୍କୁ କ୍ଳବ ତରଫରୁ ସମ୍ମାନୀତ କରାଯାଇଥିଲା । ଏହି ସଭାରେ ବହୁ ସଂଖ୍ୟାରେ ଗଣିତ ଓ ବିଜ୍ଞାନ ପ୍ରେମୀ ଶିକ୍ଷକ ଶିକ୍ଷୟିତ୍ରୀ ଆଲୋଚନାରେ ଅଂଶ ଗ୍ରହଣ କରି ଥିଲେ । କାର୍ଯ୍ୟକ୍ରମକୁ ରାମାନୁଜମ ଗଣିତ କ୍ଳବର ସଦସ୍ୟମାନେ ପରିଚାଳନା କରିଥିଲେ ।

Comments (0)
Add Comment