ପାରଳା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ

ଗଜପତି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅକ୍ଟୋବର 2 ଗାନ୍ଧୀ ଜୟନ୍ତୀ ଦିବସରେ ଅକ୍ଟୋବର 5 ତାରିଖ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ପର୍ଯ୍ୟାୟ କ୍ରମେ ପାଳନ କରାଯାଉଛି। ଯଥା ମହାବିଦ୍ୟାଳୟର ପରିସରର ସଫେଇ କାର୍ଯ୍ୟକ୍ରମ ନିକଟସ୍ଥ ମନ୍ଦିର ଧର୍ମାନୁଷ୍ଠାନ ପ୍ରାଙ୍ଗଣ ଓ ପରିବେଶ ସଫେଇ କଠିନ ଆବର୍ଜନା ସଫା କରିବା ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଂଗ୍ରହ ଆଦି କାର୍ଯ୍ୟକ୍ରମ କରାଯାଇଥିଲା।

ଏହି କାର୍ଯ୍ୟକ୍ରମ ଗୁଡିକରେ ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ତଦାରଖ କରିଥିଲେ ଏବଂ ନିଜେ ମଧ୍ୟ ସଫେଇ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ ଯୋଗାଇଥିଲେ।

ଏହି କାର୍ଯ୍ୟକ୍ରମରେ ଇତିହାସ ବିଭାଗର ବରିଷ୍ଠ ଅଧ୍ୟାପକ ଯଥା ଜାତୀୟ ସେବା ଯୋଜନାର ଉପଦେଷ୍ଟା ଡକ୍ଟର ନୃସିଂହ ପ୍ରସାଦ ପାଣିଗ୍ରାହୀ, ଏନ ସି ସି ଅଧ୍ୟାପିକା ଲେଫେଟେନେଣ୍ଟ ଅନିତା କୁମାରୀ ପାତ୍ର, ଯୁବ ରେଡ଼କ୍ରସ ପରାମର୍ଶ ଦାତ୍ରୀ ସଂଯୁକ୍ତା ପାତ୍ର ଯୋଗ ଦେଇ ଶିକ୍ଷାର୍ଥୀମାନଙ୍କୁ ଉତ୍ସାହ ଓ ପ୍ରେରଣା ଯୋଗାଇ ଥିଲେ।

Comments (0)
Add Comment