ନବୀନ ପଟ୍ଟନାୟକଙ୍କୁ “ଭାରତ ରତ୍ନ” ପ୍ରଦାନ ପାଇଁ ଦସ୍ତଖତ ଅଭିଯାନ

ସମ୍ବଲପୁର:ସାମାଜିକ ସଂଗଠନ “ସ୍କାନ’ ପକ୍ଷରୁ ଆହୁତ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ “ଭାରତ ରତ୍ନ’ ପ୍ରଦାନ ଦାବୀ ନେଇ ରାଜ୍ୟବ୍ୟାପି ଦସ୍ତଖତ ଅଭିଯାନ ଅଗଷ୍ଟ ପନ୍ଦର ସ୍ୱାଧୀନତା ଦିବସ ଦିନ ମା’ ସମଲେଇ ପୀଠରୁ ପୂଜାର୍ଚ୍ଚ଼ନା ପରେ ଶୁଭାରମ୍ଭ ହୋଇଯାଇଛି । “ସ୍କାନ’ର ମୁଖ୍ୟ ଉପଦେଷ୍ଟା ତଥା ପୂର୍ବତନ ବିଧାୟିକା ଡ଼. ରାସେଶ୍ୱରୀ ପାଣିଗ୍ରାହୀ ପ୍ରଥମେ ଦସ୍ତଖତ କରି ଏହି ଅଭିଯାନର ଶୁଭାରମ୍ଭ କରିଥିଲେ । ସେ ତାଙ୍କ ବାର୍ତ୍ତାରେ “ଭାରତ ରତ୍ନ’ ଉପାଧି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବୋତ୍ତମ ଯୋଗ୍ୟ ବ୍ୟକ୍ତି ବୋଲି ଅଭିହିତ କରିଛନ୍ତି । ପ୍ରଥମ ଦିନରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳ ହୀରାକୁଦ, ବୁର୍ଲା ଓ଼ ସମ୍ବଲପୁରରୁ ପ୍ରାୟ ୨୦ ହଜାରରୁ ଉଦ୍ଧ୍ୱର୍ ବ୍ୟକ୍ତି ଏହି ଦସ୍ତଖତ ଅଭିଯାନରେ ସାମିଲ ହୋଇ ଦସ୍ତଖତ କରିଥିଲେ । ଏହି କାର୍ଯ୍ୟକ୍ରମ ସଂଗଠନର ଉପଦେଷ୍ଟା ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ, ଉପଦେଷ୍ଟା ପାର୍ବତୀ ସେଠ, “ସ୍କାନ’ ଅଧ୍ୟକ୍ଷ ତଥା ଏହି ଦସ୍ତଖତ ଅଭିଯାନର ରାଜ୍ୟ ଆବାହକ ସୁଧାଂଶୁ ଶେଖର ମହାରଣା, ରାଜ୍ୟ ସଂଯୋଜକ ସରୋଜ ସାହୁ, ଜ଼ିଲ୍ଲା ସଂଯୋଜକ ହୀରାଲାଲ ବେହେରା, ରାଜ୍ୟ ପରିଷଦ ସଭ୍ୟ ଗାନ୍ଧୀ ବେହେରା, ବିଜୁ ମହିଳା ଜନତାଦଳ ରାଜ୍ୟ ସମ୍ପାଦିକା କଳ୍ପନା ମିଶ୍ର, ଜ଼ିଲ୍ଲା ବିଜଦର ମହିଳା ସଭନେତ୍ରୀ ବନ୍ଦିତା ରାଣୀ ମିଶ୍ର, ଜ଼ିଲ୍ଲା ଉପ ସଭାପତି କିରଣ ବେହେରା, ନାରୀନେତ୍ରୀ ସୁରେଖା ସାହୁ, ଭାବେଶ ଚାନ୍ଦ, ସମ୍ପାଦକ କୂଳ ଶେଖର ବାରିକ, ଲଷ୍ମୀ ନାରାୟଣ ପ୍ରଧାନ ଓ ସୂର୍ଯ୍ୟ କୁମାର ପଣ୍ଡା ପ୍ରମୁଖ ସମେତ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ । ସମ୍ବଲପୁର ମହାନଗର ନିଗମ ଅଂଚଳର ସମସ୍ତ ୱାର୍ଡରୁ ଏହି ଦସ୍ତଖତ ଅଭିଯାନ ସୁଚାରୁ ରୂପେ ସୁପରିଚାଳନା ପାଇଁ ସଂଯୋଜକ ଓ଼ ସହ ସଂଯୋଜକ ମାନଙ୍କୁ ଦାୟିତ୍ୱ ପ୍ରଦାନ କରା ଯାଇଥିଲା ଓ ମାଁ ସମଲେଈ ପୀଠରୁ ଆରମ୍ଭ ଏହି ଦସ୍ତଖତ ଅଭିଯାନ ରେ ରାଜ୍ୟର ୧୪୭ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ୫ ମହାନଗର ନିଗମ, ୩୪ ମୁନୁସିପାଲିଟି, ୬୭ ଏନଏସି ଅଂଚଳ ସହ ୩୧୪ ବ୍ଲକ ର ୫୩, ୮୪୫ ଗ୍ରାମ ପରିକ୍ରମା କରି ପ୍ରାୟ ୧ କୋଟି ଦସ୍ତଖତ ସଂଗ୍ରହ କାରାଯିବ । ଏହା ଆସନ୍ତା ବର୍ଷ ଜାନୁଆରୀ ୧୫ ତାରିଖ ଦିନ ଶେଷ ହେବାକୁ ଥିବା ବେଳେ ଜାନୁଆରୀ ୨୩ ତାରିଖ ଦିନ ସମସ୍ତ ଦସ୍ତଖତପତ୍ର ଗୁଡିକୁ ମହାମହିମ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇ ନବୀନ ପଟ୍ଟନାୟକଙ୍କୁ “ଭାରତ ରତ୍ନ’ ଉପାଧି ପ୍ରଦାନ କରାଯାଉ ବୋଲି ନିବେଦନ କାରାଯିବ । ଏହି ଦସ୍ତଖତ ଅଭିଯାନ ପାଇଁ ସଭା ଅପରାହ୍ନ ୩ ଘଟିକା ରେ ହୀରାକୁଦ ମା ସନ୍ତୋଷୀ ମନ୍ଦିର ଛକ ଏବଂ ୫ଟା ରେ ବୁର୍ଲା ପେଟ୍ରୋଲ ପମ୍ପ ଛକ ରେ ଅନୁଷ୍ଠିତ ହୋଇ ଥିଲା ଓ ହୀରାକୁଦ ସଂଯୋଜକ ଫକୀର ପ୍ରଧାନ ଏବଂ ବୁର୍ଲା ସଂଯୋଜକ ହୃଷିକେଶ ସ୍ୱାଇଁଙ୍କ ତତ୍ତ୍ୱାବଧାନ ରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟା ରେ ଲୋକଙ୍କ ସମର୍ଥନ ଦେଖିବାକୁ ମିଳିଥିଲା ।

Comments (0)
Add Comment