ଆଜି ମେଡିକାଲରୁ ଡିସ୍‌ଚାର୍ଜ ହୋଇପାରନ୍ତି ନବୀନ

ଭୁବନେଶ୍ୱର: ସୁସ୍ଥ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଆଜି ଅର୍ଥାତ୍‌ ସୋମବାର ସେ ମେଡିକାଲରୁ ଡିସଚାର୍ଜ ହୋଇପାରନ୍ତି।

ସୂଚନାନୁଯାୟୀ, ବାର୍ଦ୍ଧକ୍ୟ ଏବଂ ଡିହାଇଡ୍ରେଶନଜନିତ ଅସୁସ୍ଥତା ପାଇଁ ତାଙ୍କୁ ସମ୍‌ ଅଲ୍‌ଟିମେଟ୍‌ରେ ସନ୍ଧ୍ୟା ପ୍ରାୟ ୫ଟା ୧୫ ମିନିଟ୍‌ରେ ଭର୍ତ୍ତି କରାଯାଇଛି। ସମ୍‌ ଅଲ୍‌ଟିମେଟ୍‌ରେ ଡାକ୍ତର ଆଲୋକ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ନବୀନଙ୍କ ଚିକିତ୍ସା କରୁଛନ୍ତି।

Comments (0)
Add Comment