ନୟାଗଡ଼ ବାଇପାସ୍‌ ପାଇଁ ୩୦୦.୩୩ କୋଟିର ବଜେଟ

ଦଶପଲ୍ଲା : ନୟାଗଡ଼ ସହରର ବର୍ଦ୍ଧିତ ଜନସଂଖ୍ୟା ଓ ଟ୍ରାଫିକ ସମସ୍ୟା ସୁପରିଚାଳନା ନିମନ୍ତେ ନୟାଗଡ଼ ସହରକୁ ବାଇପାସ୍‌ ନିର୍ମାଣ ପାଇଁ କେନ୍ଦ୍ର ସରକାର ଅର୍ଥ ମଞ୍ଜୁର କରିଛନ୍ତି ବୋଲି କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ବୁଧବାର ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ୩୦୦.୩୩ କୋଟି ଟଙ୍କା ବଜେଟରେ ଏହି ପ୍ରକଳ୍ପ ଓ ପ୍ରକଳ୍ପ ପାଇଁ ପାଇଁ ଜମି ଅଧିଗ୍ରହଣ ମଧ୍ୟ ଏହି ବଜେଟ୍‌ ମଧ୍ୟରେ ଅନ୍ତର୍ଭୁକ୍ତ ରହିଛି ।

ଏହି ବାଇପାସ୍‌ ନିର୍ମାଣ ହେଲେ ନୟାଗଡ଼ ସହର ମଧ୍ୟକୁ ଆଉ ଭାରୀଯାନ ପ୍ରବେଶ କରିପାରିବ ନାହିଁ । ପୂର୍ବ ଓଡିଶାରୁ ବଉଦ୍‌ , ବଲାଙ୍ଗୀର, ଫୁଲବାଣୀ ସମେତ ଛତିଶଗଡ଼, ମହାରାଷ୍ଟ୍ର ଅଭିମୁଖେ ଯାଉଥିବା ପଣ୍ୟବାହୀ ଯାନ ଗୁଡ଼ିକ ବାଇପାସ୍‌ ଦେଇ ଯାଇପାରିବ । ଯାଞ୍ଚ ଦ୍ୱାରା ନୟାଗଡ଼ ସହରରେ ହେଉଥିବା ଟ୍ରାଫିକ ସମସ୍ୟା ଅନେକାଂଶରେ ଦୂର ହୋଇପାରିବ ।

Comments (0)
Add Comment