ବାଇକ ଦୁର୍ଘଟଣାରେ କିରାଣୀଙ୍କ ମୃତ୍ୟୁ

ନୟାଗଡ ଟାଉନ,୭/୬: ଆଜି ଏକ ବାଇକ ଦୁର୍ଘଟଣାରେ ନୟାଗଡ ବ୍ରଜେନ୍ଦ୍ର ହାଇସ୍କୁଲର କାର୍ଯ୍ୟରତ କିରାଣୀ ଦିବାକର ତ୍ରିପାଠୀ(୪୬)ଙ୍କ ମୃତ୍ୟୁ ଘଟିଛି । ଆଜି ପୂର୍ବାହ୍ନରେ ଭୁବନେଶ୍ୱର ବୋର୍ଡ଼ ଅଫିସକୁ ଅନ୍ୟ ଜଣେ କର୍ମଚାରୀଙ୍କ ସହିତ ବିଦ୍ୟାଳୟ କାର୍ଯ୍ୟରେ ନିଜ ବାଇକରେ ଯାଉଥିବା ବେଳେ ଖୋର୍ଦ୍ଧା ନିକଟ ପିତାପଲ୍ଲୀ ଛକ ନିକଟରେ ସାମନା ପଟୁ ଆସୁଥିବା ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବାବେଳେ ତାଙ୍କ ପଛରେ ବସିଥିବା ଅନ୍ୟ ଜଣେ ଗୁରୁତର ଆହତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସ୍ୱର୍ଗତ ତ୍ରିପାଠୀଙ୍କ ଏହି ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Comments (0)
Add Comment