ପାରଳାଖେମୁଣ୍ଡି : ୭୫ ତମ ” ଆଜାଦୀ କା ଅମୃତ ମହୋତ୍ସବ’ ଉପଲକ୍ଷେ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ଥ ନେହରୁ ଯୁବ କେନ୍ଦ୍ର ଗଜପତି ଦ୍ୱାରା ପ୍ରତ୍ୟେକ ଘରେ ତ୍ରିରଙ୍ଗା ପତକା ଉଡିବା ଉପଲକ୍ଷେ ବୁଧବାର ଦିନ ୟୁଥ୍ କ୍ଲବ୍ ଡେଭେଲପମେଣ୍ଟ କ୍ୟାମ୍ପେନିଙ୍ଗ୍ ସହ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମର ଉଦଘାଟନ ମଧ୍ୟ ହୋଇଯାଇଛି ।
ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତ୍ୟେକ ବ୍ଲକରେ ନେହରୁ ଯୁବ କେନ୍ଦ୍ରର ସ୍ୱେଚ୍ଛାସେବୀ ଏବଂ ଯୁବକ ସଂଘର ସଦସ୍ୟ ମାନେ ଘର ଘର ବୁଲି ଅଗଷ୍ଟ ୧୩ ତାରିଖରୁ ଅଗଷ୍ଟ ୧୫ ତାରିଖ ଯାଏ ନିଜ ଘରେ ତ୍ରିରଙ୍ଗା ପତକା ଉଡାଇବା ନିମନ୍ତେ ସମସ୍ତଙ୍କୁ ସଚେତନା କରାଇବେ ବୋଲି ନେହୁରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ବିଜୟ କୁମାର ମହାପାତ୍ର ମନ୍ତବ୍ୟ ଦେଇଥିଲେ ଏବଂ କାର୍ଯ୍ୟକ୍ରମଟିର ଶୁଭାରମ୍ଭ ହୋଇଥିବା ସୂଚନା ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମ ନେହରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ କରାଯାଇଥିଲା ।