ପାରଳାଖେମୁଣ୍ଡି : ରାଣିପେଣ୍ଠସ୍ଥିତ ଭିନ୍ନକ୍ଷମ ଅନୁଷ୍ଠାନ ନିୟତି ଆନୁକୁଲ୍ୟରେ ୭୩ତମ ଜନରାଜ୍ୟ ଦିବସ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ଭାବେ ସେବାନିବୃତ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପାଣିଗ୍ରାହୀ ଯୋଗଦାନ କରି ଗଣତନ୍ତ୍ରକୁ ଅଧିକ ଶକ୍ତିଶାଳୀ ଏବଂ ଉଜ୍ଜୀବିତ କରିବାପାଇଁ ଆମ ପରିବାରରେ ଥିବା ଭିନ୍ନକ୍ଷମମାନଙ୍କର ସ୍ୱାସ୍ଥ୍ୟ, ଶିକ୍ଷାର ବିକାଶ ଏବଂ ସେମାନଙ୍କର ଥଇଥାନର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଅନୁଷ୍ଠାନର ସମ୍ପାଦକ ତଥା ପ୍ରତିଷ୍ଠାତା ବିଚିତ୍ରାନନ୍ଦ ବେବର୍ତ୍ତା ଯୋଗ ଦେଇଥିବାବେଳେ ସ୍ନେହଲତା ପାଣିଗ୍ରାହୀ, ଶାଶ୍ୱତୀ ବେବର୍ତ୍ତା, ପ୍ରତିମା ନାୟକ, ସୁନିତ୍ ଗମାଙ୍ଗ, ସୁନିଲ ଗମାଙ୍ଗ, ଜୟାମ୍ମା, ପୂର୍ଣ୍ଣାବାସୀ ନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥଲେ ।