ନୂଆଗାଁ ବ୍ଲକସ୍ତରୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା

ନୂଆଗାଁ,୪/୮- ନୟାଗଡ ଜିଲ୍ଲା ନୂଆଗାଁ ଶିକ୍ଷା କାର୍ଯ୍ୟାଳୟ ମଧ୍ୟରେ ନୂଆଗାଁ ବ୍ଲକସ୍ତରୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ନୂଆଗାଁ ବ୍ଲକର ୧୩୪ ଗୋଟି ବିଦ୍ୟାଳୟର ୧୦ଟି ଗୋଟି ଦଳ ଭାଗ ନେଇଥିଲେ । ୧ମ ,୨ୟ ଓ ୩ୟ ଶ୍ରେଣୀ ଶିକ୍ଷାର୍ଥୀ ମାନଙ୍କ ଭାଷା ଓ ସଂଖ୍ୟା ଜ୍ଞାନରେ ଥିବା ଦକ୍ଷତା ଗୁଡିକର କିପରି ସର୍ବୋତମ ବିକାଶ ସାଧନ ତଥା ଶିକ୍ଷାର ମାନବୃଦ୍ଧି ହୋଇପାରିବ ସେଥିନିମନ୍ତେ ବ୍ଲକ ସ୍ତରୀୟ ଶିକ୍ଷା ସାମଗ୍ରୀ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ୧୦ ଗୋଟି ଦଳ ଭାଗନେଇଥିଲେ । ଓଡିଆ ଭାଷାଜ୍ଞାନରେ ୫ ଓ ସଂଖ୍ୟା ରେ ୫ ଗୋଟି ଦଳ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇଥିଲା । ସେଥିପାଇଁ ୩ ଜଣ ବିଚାରପତି ଆସିଥିଲେ । ଅବସରପ୍ରାପ୍ତ ଶିକ୍ଷକ ମଦନ ମୋହନ ପ୍ରଧାନ ,ଭବାନିଶଙ୍କର ପ୍ରଧାନ ,ରବିନାରାୟଣ ଖଣ୍ଡୁଆଳ ପ୍ରମୁଖଙ୍କ ସମେତ ୧୦୦ ଶିକ୍ଷକଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କର୍ମଶାଳା ନୂଆଗାଁ ସହ ଶିକ୍ଷା ଅଧିକାରିଣୀ ଜ୍ୟୋସ୍ନାରାଣୀ ସେଠୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । (ଏବିଇଓ-କମ୍‌- ବିଆରସିସି) ,କବିତା ଦାଶ (ଏବିଇଓ)ନିମାଇଁ ଚରଣସାହୁ (ସିଆରସିସି, ଶିିମିଳିସାହି ପିୟୁପିଏସ, ଜାକେଡା),କୈଳାସ ଚରଣ ନାଏକ (ସିଆରସିସି ନୂଆଗାଁ ପିଏସ୍‌),ଶ୍ରୀନିବାସ ରଥ (ସିଆରସିସି ଭାରତ ନୋଡାଲ ୟୁପିଏସ୍‌, କୋରଡା), ପ୍ରସନ୍ନ କୁମାର ବେହେରା(ସିଆରସିସି ଜଗନ୍ନାଥ ପ୍ରସାଦ ଏନୟୁପିଏସ୍‌),ପ୍ରସନ୍ନ କୁମାର ମିଶ୍ର (ଗୃହ ସଚିବ, ନୂଆଗାଁ ଥାନା) ସମସ୍ତ ବିଇଓ ଅଫିସର କର୍ମଚାରୀ ଉପସ୍ଥିତ ରହିଥିଲେ ।

Comments (0)
Add Comment