ନୂଆପଡାଠାରେ କାର୍ଯ୍ୟକ୍ଷମ ହେଲା କୋଭିଡ଼ ହସ୍ପିଟାଲ

ଭୁବନେଶ୍ୱର : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସ ଆଜି ନୁଆପଡା ଠାରେ କୋଭିଡ଼ ହସ୍ପିଟାଲ ବୁଲି ଦେଖିବା ସହ ଏହାର କାର୍ଯ୍ୟ କାରିତା ସମ୍ପର୍କରେ ସମୀକ୍ଷା କରିଥିଲେ I ଏଠାରେ 165 ଟି ଶଯ୍ୟା କୋଭିଡ଼ ଚିକିତ୍ସା ପାଇଁ ଉପଲବ୍ଧ ଥିବାବେଳେ 5 ଟି ଆଇସିୟୁ ର ବ୍ୟବସ୍ଥା ରହିଛି କୋଭିଡ଼ ହସ୍ପିଟାଲ ରେ ଆବଶ୍ୟକ ଭେଣ୍ଟିଲେଟର ର ବ୍ୟବସ୍ଥା କରିବା ପାଇଁ ମନ୍ତ୍ରୀ ଶ୍ରୀ ଦାସ ଓଡିଶା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶିକାଙ୍କ ସହ ଆଲୋଚନା କରିଥିବା ବେଳେ, ଏଠାରେ କୋଭିଡ଼ ର ଉପଯୁକ୍ତ ଚିକିତ୍ସା ପାଇଁ ମେଡିକାଲ କଲେଜ ରୁ ସ୍ୱତନ୍ତ୍ର ଡାକ୍ତର ଦଳ ପଠାଇବାକୁ ଡ଼ିଏମଇଟି ଙ୍କୁ ନିର୍ଦେଶ ଦେଇଥିଲେ I

ପରେ ମନ୍ତ୍ରୀ ଶ୍ରୀ ଦାସ ଖରିଆର ଠାରେ ନବ ନିର୍ମିତ ମାତୃ ଓ ଶିଶୁ ହସ୍ପିଟାଲ କାର୍ଯ୍ୟକ୍ଷମ ଅବସରରେ ଯୋଗ ଦେଇଥିଲେ I ଏଠାରେ ସୂଚନା ଯୋଗ୍ୟ ଯେ 5 କୋଟି 80 ଲକ୍ଷ୍ୟ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ଏମସିଏଚ ରେ 30 ଟି ଶଯ୍ୟା ରହିଛି ଏହି ହସ୍ପିଟାଲ ପ୍ରତିଷ୍ଠା ଫଳରେ ନୂଆପଡା ଜିଲ୍ଲା ଓ ଅଖ ପାଖ ଅଂଚଳର ମାତୃ ଓ ଶିଶୁଙ୍କ ଚିକିତ୍ସା କ୍ଷେତ୍ରରେ ସହାୟକ ହୋଇପାରିବ I

     
Comments (0)
Add Comment