ନବଜାତ ଶିଶୁପୁତ୍ର ଉଦ୍ଧାର

ନୂଆପଡ଼ା,୨୬/୬:- ନୂଆପଡା ଜିଲ୍ଲା କୋମନା ବ୍ଲକ କୁରୁମପୁରି ୩୫୩ ଜାତୀୟ ରାଜପଥର ନିକଟସ୍ଥ ବୁଦାମୂଳରୁ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରିଛି ନୂଆପଡା ଚାଇଲ୍ଡ ହେଲ୍ପ ଲାଇନ । ଶିଶୁଟିକୁ ଜୀବିତ ଅବସ୍ଥାରେ ଉଦ୍ଧାର କରିଛି । ଶିଶୁଟିକୁ ବୁଦାରେ କେହି ଫିଙ୍ଗିଥିବା ସନ୍ଦେହ କରାଯାଉଛି । କୁରୁମପୁରି ଗାଁର ଛେଳି ଚରାଳୀମାନେ ଶିଶୁଟିର କୁଆଁରାବ ଶୁଣି ନୂଆପଡା ଶିଶୁ ହେଲ୍ପ ଲାଇନକୁ ଖବର ଦେଇଥିଲେ । ପରେ ଶିଶୁଟିକୁ ଚାଇଲ୍ଡ ହେଲପ ଲାଇନର କର୍ମକର୍ତ୍ତାମାନେ ଉଦ୍ଧାର କରି ନୂଆପଡାରେ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଏସଏନସିୟୁ ୱାର୍ଡରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଶିଶୁଟି ସୁସ୍ଥ ରହିଥିବା ଜଣାପଡିଛି । ନୂଆପଡା ଶିଶୁୁ ମଙ୍ଗଳ ସମିତିର ସଦସ୍ୟ ତଥା ଆଇନଜୀବୀ ନାରାୟଣ ଯୋଷୀ ଓ ଜିଲ୍ଲା ଶିଶୁୁ ସରକ୍ଷା ଅଧିକାରୀ ଅନ୍ତର୍ଯ୍ୟାମୀ ବଳିିୟାର ସିଂ ଘଟଣାର ତଦନ୍ତ କରୁଛନ୍ତି ।

Comments (0)
Add Comment