ନୂଆପଡ଼ା ୧୪/୮:- ଭାରତୀୟ ଜନତା ପାର୍ଟି ତରଫରୁ ତ୍ରିରଙ୍ଗା ଯାତ୍ରା ଜିଲ୍ଲା ବିଜେପି ସଭାପତି ସୁବ୍ରତ କୁମାର ଠାକୁରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସିନାପାଲି ବ୍ଲକ ସ୍ଥିତ କାପସି ସମଲେଶ୍ୱରୀ ମନ୍ଦିରଠାରୁ ଆରମ୍ଭହୋଇ ସିନାପାଲି, ଯୁଗେନପଦର, ଚଟିଆଗୁଡ଼ା, ଗଡ଼ରାମାଲ, ନିଲଜି, ଟିମନପୁର, ଲିଟିସର୍ଗି, ରାଜପୁର, ପଲସାମାଲ, କେରାପଦର,ବିରେଶକେଲା, ବୋଡନ, ବିନୋପୁର,ସୁନାପୁର, ଖଇରା, ଡ଼ମଝର,ପଲସଦା,ବୁଢ଼ାପରା ,ଖୁଦପେଜ,ଚିନ୍ଦାଗୁଡା,ଦମାପଳା, ଗଡ଼ରାମୁଣ୍ଡା ସମେତ ଖରିଆର ନଗର ପରିକ୍ରମା କରିଥିଲା । ଭାରତ ମାତା କି ଜୟ ,ବନ୍ଦେ ମାତରଂ ଧ୍ୱନି ସହ ରାଷ୍ଟ୍ର ବନ୍ଦନାରେ ପ୍ରକମ୍ପିତ ହୋଇଥିଲା । ପରେ ଖଡ଼ିଆଳ ଶ୍ରୀଜି ମଣ୍ଡପ ଠାରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନହୋଇ ଏକ ନିରବ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ପୁସ୍ତମ ସୁନାନୀ ମୁଖ୍ୟଅତିଥି ତଥା ବକ୍ତାରୂପେ ବିଭାଜନ ବିଭୀଷିକା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତି, କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଜିଲ୍ଲା ସାଧାରଣ ସମ୍ପାଦକ ଦେବଦେବ ପ୍ରସାଦ ସିଂ ଦେଓ, ପୂର୍ବତନ ଜିଲ୍ଲା ସଭାପତି ଅତୀନ୍ଦ୍ର ଜିତ ସିଂ , ଜିଲ୍ଲା ଉପସଭାପତି ମୋହନ ଭୋଇ ମଣ୍ଡଳ ସଭାପତି ପ୍ରତାପ ଚନ୍ଦ୍ର ମେହେର, ମାର୍କଣ୍ଡ ଗହୀର,ନରହରି ହଂସ, ବିଜୟ ବେହେରା,ବିକାଶ ସିଙ୍ଘଲ, ଯୁବମୋର୍ଚ୍ଚା ସଭାପତି ପୁସ୍ତମ ମଶ୍ରା, ନନ୍ଦକୁମାର ପାତ୍ର, ତପନ ସା, ଚିତ୍ରସେନ ମେହେର,ମୁକେଶ ମେହେର,ଧରମ ସିଂ ମାଝି, ଜଗନ୍ନାଥ ଭୋଇ,ରମେଶ ବାରିକ,ନିଲାମ୍ବର ମେହେର,ରାଜୁ ହେର୍ଣ୍ଣ ।,ଦେବ ଯୋଶୀ,ଶୁକ୍ରୁ ବାଗ, ସୁନୀଲ ନାଗ ,ଦେବେନ୍ଦ୍ର ଖମାରୀ, କ୍ଷୀର ରାଉତ,ଜନ୍ମେଜୟ ମେହେର, ହରି ପ୍ରଧାନୀ ,ମଧୁ ଦଣ୍ଡସେନା,ଉଦ୍ଧବ ମେହେର ପ୍ରମୁଖ ସାମିଲ ହୋଇଥିଲେ । ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ହିତେଶ କୁମାର ବଗର୍ତ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।