ପାତାଳଗଙ୍ଗା ବୈଶାଖ ମେଳାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼

ବୋଡେନ,୫/୫:- ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ୍‌ ଅନ୍ତର୍ଗତ ତୀର୍ଥକ୍ଷେତ୍ର ପାତାଲଗଙ୍ଗାରେ ଚଳିତବର୍ଷ ବୈଶାଖମେଳା ମହାସମାରୋହରେ ପାଳିତ ହୋଇଯାଇଛି । ପଡୋଶୀ ଛତିଶଗଡ଼, ନବରଙ୍ଗପୁର, କଳାହାଣ୍ଡି ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାର ହଜାର ହଜାର ଭକ୍ତଙ୍କ ସମାଗମ ଲାଗିରହିଥିଲା । ଏହି ଉପଲକ୍ଷେ ରାଧାକୃଷ୍ଣ ମନ୍ଦିରରେ ଅଷ୍ଟପ୍ରହରୀ ଅଖଣ୍ଡ ନାମଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ପିଇବାପାଣି ବଣ୍ଟନ ଓ ଭୋଜନର ବ୍ୟବସ୍ଥା କରାଯାଇଥିଲା ।ଏହି ତୀର୍ଥସ୍ଥଳୀ ଲୋକମାନଙ୍କ କହିବା ଅନୁଯାୟୀ ଯେତେବେଳେ ଶ୍ରୀରାମ ମହାପ୍ରଭୁ ଓ ସୀତାମାତା ବନବାସ ଯାଇଥିଲେ ସେତେବେଳେ ସିତାମାତାଙ୍କ ଶୋଷ ମେଣ୍ଟାଇବା ପାଇଁ ଶ୍ରୀରାମ ତୀର ମାରିଥିଲେ ତହିଁରୁ ପାତାଳରୁ ପାଣି ବାହାରିଥିଲା ସେଥିପାଇଁ ଏହା ପାତାଳଗଙ୍ଗା ନାମରେ ନାମିତ କରାଯାଇଥିଲା । ଏହି ପାତାଳଗଙ୍ଗାର ପ୍ରବେଶ ଦ୍ୱାରରେ ପୂଜା ପାଉଛନ୍ତି ମାଁ ଦୁଆର୍ଶନି, ରାଧାକୃଷ୍ଣ ମନ୍ଦିର, ଜଗନ୍ନାଥ ମନ୍ଦିର ତଥା ଅନେକ ମନ୍ଦିର ଅଛି । ସମସ୍ତ ଶ୍ରଦ୍ଧାଳୁମାନେ ପାତାଲଗଙ୍ଗାର ପାଣି ଗାଧୋଇ ପୂଜାର୍ଚ୍ଚନା କରିଥିଲେ । ଏହି ବୈଶାଖ ପୂର୍ଣ୍ଣିମାରେ ଅଞ୍ଚଳର ଅନେକ ଯୁବକ ସଙ୍ଘ ସହଯୋଗ କରିଛନ୍ତି ।

Comments (0)
Add Comment